ବିଜେପୁର ପରୀକ୍ଷାରେ ଫେଲ ହେବ କଂଗ୍ରେସ ? ସ୍ଥିତି ଭଲ ନଥିବା କହି ପରାଜୟର ସଂକେତ ଦେଲେ ତାରା !

554

କନକ ବ୍ୟୁରୋ: ବିଜେପୁର ପରୀକ୍ଷାରେ ପାସ୍ କରିବନି କଂଗ୍ରେସ । ଆଜି ବିଜେପୁରରେ ହେଉଥିବା ବଡ ପରୀକ୍ଷାରେ ଫେଲ ମାରିପାରେ କଂଗ୍ରେସ । ଅର୍ଥାତ ବିଜେପୁର ଉପନିର୍ବାଚନରେ ଉଠି ନପାରେ ହାତ । କଂଗ୍ରେସର ସ୍ଥିତି ଭଲ ନଥିବାରୁ ବିଜେପୁରରେ ବ୍ୟାକଫୁଟରେ ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।

ଗୋଟିଏ ପଟେ ବିଜେପୁର ପାଇଁ ଭୋଟ ପଡୁଥିବା ବେଳେ ଅନ୍ୟପଟେ ତାରାଙ୍କ ଏଭଳି ବୟାନ କଂଗ୍ରେସ ପରାଜୟ ସ୍ୱୀକାର କରୁଥିବା ଅନୁମାନ କରିହେଉଛି । ତେବେ ବିଜେପୁରରେ କଂଗ୍ରେସ ମୋଟ ୨୦ ଲକ୍ଷ ଟଙ୍କାରେ ନିର୍ବାଚନ ଲଢୁଛି । ପିସିସି ସଭାପତି ନିରଞ୍ଜନ ୨୦ ଲକ୍ଷ ଟଙ୍କା ବିଜେପୁରରେ ଖର୍ଚ୍ଚ କରିବାକୁ ଦେଇଛନ୍ତି । ମାତ୍ର ବିଜେପି, ବିଜେଡି ଯେଉଁ ଭଳି ଟଙ୍କା ଉଡାଉଛନ୍ତି ତାଙ୍କ ଆଗରେ ଆମେ କେତେ ଦୂର ପାରିବୁ ଭଗବାନ ଜାଣନ୍ତି ବୋଲି ତାରା କହିଛନ୍ତି ।

ତେବେ ବିଜେପୁରରେ କଂଗ୍ରେସର ଭଲ ସ୍ଥିତି ନାହିଁ ବୋଲି ସିଧାସିଧା ସ୍ୱୀକାର କରିଛନ୍ତି ତାରା । ତାରାଙ୍କ ପୂର୍ବରୁ ବିଧାୟକ ସୁର ରାଉତରାୟ ମଧ୍ୟ ବିଜେପୁରରେ କଂଗ୍ରେସର ଖରାପ ସ୍ଥିତି କଥା କହିଥିଲେ । ବିଜେପି, ବିଜେଡିର ଟଙ୍କା ଖର୍ଚ୍ଚ ଆଗରେ କଂଗ୍ରେସ ଜିତି ପାରିବନି ବୋଲି ସୁର କହିଥିଲେ । ତେବେ ୨୪ରେ ରେଜଲ୍ଟ ବାହାରିବା ପରେ ହିଁ ଜଣା ପଡିବ ଦୁଇ ହେଭିୱେଟଙ୍କ କଥା କେତେ ସତ ହେଉଛି ।