ମନ୍ତ୍ରୀମାନେ କ୍ଷମା ନ ମାଗିବା ପର୍ଯ୍ୟନ୍ତ ଚଲାଇଦେବୁନି ବିଧାନସଭା । ଗୃହ ମୁଲତବୀ ପରେ ତାତିଲେ ତାରା ।

198

କନକ ବ୍ୟୁରୋ : ତାତିଲେ ତାରା । ମନ୍ତ୍ରୀମାନେ ଭୁଲ ନ ମାଗିବା ପର୍ଯ୍ୟନ୍ତ ବିଧାନସଭା ଚଲାଇଦେବୁନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ ଆଜି ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ । ଗୃହ ଭିତରେ ଆତ୍ମହତ୍ୟା ଧମକ ଦେଇଥିବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ବିଜେଡି ସଦସ୍ୟ ଦାବି କରିବା ସହ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବିଜେଡି ସଦସ୍ୟଙ୍କ ସହ ମନ୍ତ୍ରୀ ମଧ୍ୟ ଗୃହର ମଧ୍ୟଭାଗକୁ ଆସିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ତାରା । ଆଲୋଚନା ମାଧ୍ୟମରେ ଏହାକୁ ସମାଧାନ ନକରି ଗୃହର ମଧ୍ୟଭାଗକୁ ମନ୍ତ୍ରୀ ମାନେ ଆସିବା ଠିକ୍ ନୁହେଁ । ତେଣୁ ମନ୍ତ୍ରୀମାନେ କ୍ଷମା ନ ମାଗିବା ପର୍ଯ୍ୟନ୍ତ ଗୃହ ଚଲାଇଦେବୁନି ବୋଲି କହିଛନ୍ତି ତାରା ।

ସେହିଭଳି ଚାଷୀଙ୍କ ଧାନ ପ୍ରସଙ୍ଗରେ ଗୃହ ଭିତରେ କଂଗ୍ରେସ ହଟ୍ଟଗୋଳ କରିଥିବା ବେଳେ ଗୃହ ବାହାରେ ତାରା କହିଛନ୍ତି, ବିଧାନସଭାରେ ମୁଖ୍ୟତଃ ଚାଷୀଙ୍କ ଧାନ ପ୍ରସଙ୍ଗ କଥା ଉଠୁ, ସରକାର ବେଇମାନି କରିଛନ୍ତି ଏହାକୁ ବରଦାସ୍ତ କରାଯିବନି । ଚାଷୀଙ୍କ ଧାନ ନ ଉଠିବା ଯାଏଁ ଗୃହ ଚଲାଇଦେବୁନି । ଚାଷୀଙ୍କ ଧାନ ଉଠିଲେ ବିଧାନସଭା ଚାଲିବ ବୋଲି ରୋକଠୋକ କହିଛନ୍ତି ତାରା ।