ଜୟପୁର ବିଧାୟକଙ୍କ ମଣିଷପଣିଆ । ବିଧାନସଭା ଓ ବାହାରେ ରୋଚକ କଥା କହିବା ସହ ସରକାରଙ୍କୁ କଟାକ୍ଷ କରି ଅଧିକାଂଶ ସମୟରେ ଚର୍ଚ୍ଚାରେ ରହନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି । ଗତକାଲି ନିଜ କାର୍ଯ୍ୟସୂଚୀ ଅନୁସାରେ ବୋରିଗୁମ୍ମା ଯାଉଥିବା ବେଳେ ରାସ୍ତାରେ ଏକ ସଡକ ଦୁର୍ଘଟଣା ଘଟିଲା । ଜୟପୁର ଏରୋଡ୍ରମ ନିକଟରେ ଗୋଟିଏ ଓମନି ଓ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇ ପଡିଥିଲେ । ଏହି ସମୟରେ ଘଟଣାସ୍ଥଳରେ ଥିଲେ ବିଧାୟକ ତାରା ପ୍ରସାଦ । ସେ ତୁରନ୍ତ ନିଜ ଗାଡିରେ ବାଇକ୍ ଆରୋହୀଙ୍କୁ ଧରି ଡାକ୍ତରଖାନା ପହଂଚିଥିଲେ ।
ଆହତଙ୍କୁ ସେଠାରେ ଭର୍ତ୍ତୀ କରାଇବା ସହ ତାଙ୍କର ଉଚିତ ଚିକିତ୍ସା କରିବା ପାଇଁ କହିଥିଲେ ବିଧାୟକ । ନିଜ କାର୍ଯ୍ୟକ୍ରମରେ ବ୍ୟତିକ୍ରମ କରାଇ ଜଣେ ବ୍ୟକ୍ତିଙ୍କୁ ସେ ଯେଉଁ ଭଳି ଢଙ୍ଗରେ ସହାୟତାର ହାତ ବଢାଇଲେ, ସେଥିପାଇଁ ସେ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାରେ ରହିଛନ୍ତି । ଖୋଲା ମଣିଷ ଭାବେ ପରିଚିତ ତାରା ପ୍ରସାଦ ନିଜ ଅଂଚଳରେ ଭାଲୁ ଭାଇନା ଭାବେ ବେଶ୍ ପରିଚୟ । ସବୁ ବେଳେ ସେ ଅସହାୟଙ୍କ ପାଖରେ ଠିଆ ହୋଇଥାନ୍ତି । ତେଣୁ ଲୋକେ ତାଙ୍କୁ ବେଶ୍ ଭଲ ପାଆନ୍ତି ବୋଲି ସ୍ଥାନୀୟ ଲୋକ କହନ୍ତି ।/kanak/media/post_attachments/wp-content/uploads/2020/01/8-300x169.jpeg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/BHALU.jpg)
/kanak/media/post_attachments/wp-content/uploads/2020/01/6-300x169.jpeg)