କନକ ବ୍ୟୁରୋ: ବିଧାନସଭାରେ ଅସୁସ୍ଥ ହେବା ପରେ ଏବେ ଘରେ ଅଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ହେଲେ ଘରେ ଏବେ ସେ ଅକ୍ସିଜେନ୍ ସାହାଯ୍ୟରେ ଅଛନ୍ତି । ଆଜି ବିଧାନସଭାରେ ଅସୁସ୍ଥ ହୋଇପଡିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବାଚସ୍ପତିଙ୍କ ପୋଡିୟମ ତଳେ ଚେୟାର ଉପରେ ଚଢି ପ୍ରତିବାଦ କରିବା ବେଳେ ସେ ଅସୁସ୍ଥ ହୋଇପଡିଥିଲେ । ତେବେ ପାଖରେ ଥିବା ବିଧାୟକମାନେ ତାଙ୍କୁ ପାଣି ପିଇବାକୁ ଦେଇ ଚେୟାରରେ ବସାଇ ଦେଇଥିଲେ । ପରେ ବାଚସ୍ପତିଙ୍କୁ ନିର୍ଦ୍ଦେଶ କ୍ରମେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ବିଧାନସଭାର ଲବିରେ ପହଁଚିଥିଲେ ଡାକ୍ତର । ନିକଟରେ କରୋନାରୁ ସୁସ୍ଥ ହୋଇଛନ୍ତି ତାରା ବାହିନୀ ପତି । କରୋନାର ସଂକ୍ରମିତ ହେବା ପରେ କିଛିଦିନ ଧରି ଡାକ୍ତରଖାନାରେ ଚିକତ୍ସିତ ହୋଇଥିଲେ ଜୟପୁର ବିଧାୟକ । ଦୁଇ ଦିନ ତଳେ ତାରା ବାହିନୀପତି ବିଧାନସଭା ପୋଡିୟମରେ ଚଢ଼ି ହଟ୍ଟଗୋଳ କରୁଥିବା ବେଳେ ତାଙ୍କୁ ଏପରି ନକରିବାକୁ କହିଥିଲେ ବାଚସ୍ପତି । ସେ ଅସୁସ୍ଥ ଥିବା କଥା ବାଚସ୍ପତି ମନେ ପକାଇ ଦେଇଥିଲେ ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us