କନକ ବ୍ୟୁରୋ :  ୨୦୨୪ ନିର୍ବାଚନରେ ବିଜେପି ସରକାର ଗଢ଼ିଛି । ୨୪ ବର୍ଷ ଧରି ଶାସନ ଗାଦିରେ ବସିଥିବା ବିଜେଡି ମୁଖ୍ୟ ବିରୋଧୀ ଦଳ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ କଂଗ୍ରେସର ସ୍ଥିତିରେ ସେଭଳି କୌଣସି ପରିବର୍ତନ ଦେଖିବାକୁ ମିଳିନାହିଁ । ଯଦିଓ ଗତ ଗତ ନିର୍ବାଚନ ତୁଳନାରେ ଦଳର ଆସନ ସଂଖ୍ୟା ବୃଦ୍ଧି ପାଇଛି, କିନ୍ତୁ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସେପଟେ କଂଗ୍ରେସ ରାଜ୍ୟରେ କିପରି ଏକ ନମ୍ବର ହେବ, ସେ ନେଇ ଦିଗଦର୍ଶନ ଦେଇଛନ୍ତି ଜୟପୁର ବିଧାୟକ ତାରା ବାହିନୀପତି । କହିଛନ୍ତି, କଂଗ୍ରେସରେ ଗୋଷ୍ଠୀ ବନ୍ଦ କରାଯାଉ । ବାରମ୍ବାର ଦିଲ୍ଲୀ ଯିବା ବନ୍ଦ ହେବ । ଯିଏ ଦାୟିତ୍ୱ ନେଉ ପଛେ କଂଗ୍ରେସକୁ ଭାଗ କରାନଯାଉ । ଏହାହେଲେ ୨୦୧୯ରେ କଂଗ୍ରେସ ରାଜ୍ୟର ଏକ ନମ୍ବର ଦଳ ହେବ ବୋଲି ତାରା କହିଛନ୍ତି । ତାରା ଆହୁରି କହିଛନ୍ତି ଯେ ଆଗାମୀର ଦିନରେ କଂଗ୍ରେସ ବିରୋଧୀ ଦଳ କାମ କରିବ । କାରଣ ଇଡି, ସିବିଆଇ ଭୟରେ ବିରୋଧୀ ଦଳ ଭୂମିକା ତୁଲାଇପାରିବନି ବିଜେଡି । ତେଣୁ କଂଗ୍ରେସ ହିଁ ଆଗାମୀ ୫ ବର୍ଷ ବିରୋଧୀ ଦଳ ଭୂମିକା ତୁଲାଇବ ବୋଲି ତାରା କହିଛନ୍ତି ।