ବୋହୂ ବେଶରେ ବିଦାୟ ନେଲେ ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର । ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ । କରୋନାରେ ଭଲ ହେବା ପରେ ହୃଦଘାତରେ ହୋଇଥିଲା ପରଲୋକ

388

କନକ ବ୍ୟୁରୋ: ଶଂଖା ସିନ୍ଧୁର ପିନ୍ଧି, ହଳଦୀ ଲଗେଇ ଶାଶୂ ଘର ଯିବେ ବୋଲି ଏକ ଗୀତରେ କଣ୍ଠଦାନ କରିଥିଲେ ତପୁ । କିନ୍ତୁ ବିଧିର ବିଧାନ କିଛି ଅଲଗ।। ଥିଲା । ଶଂଖା , ସିନ୍ଦୂର ପିନ୍ଧି ହଳଦୀ ଲଗେଇ ଅହିସୁଲକ୍ଷଣୀ ହୋଇ କୋକେଇରେ ବିଦାୟ ନେଉଛନ୍ତି ତପୁ । ଗୀତ ମାଧ୍ୟମରେ ଲକ୍ଷଲକ୍ଷ ଓଡିଆଙ୍କ ମନ ଜିଣି ନେଇଥିବା ଏହି କଣ୍ଠଶିଳ୍ପୀ ମାତ୍ର ୩୬ ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି । ନିଜେ କଣ୍ଠଦାନ କରି ତପୁ ଏହି ଗୀତରେ ଗାଇଥିଲେ , ସବାରୀ ସାଙ୍ଗରେ ଭାଇ ଥିଲେ ସୁନ୍ଦର , କୋକେଇ ସାଙ୍ଗରେ ସ୍ୱାମୀ ଥିଲେ ସୁନ୍ଦର । ସତେ ଯେମିତି ତାଙ୍କ କ୍ଷେତ୍ରରେ ସେଇଆ ହିଁ ଘଟିଛି ।

ଗତ ୨୦ ତାରିଖରେ କରୋନାରେ ଆକ୍ରନ୍ତ ହୋଇ ସ୍ପର୍ଶ ହସ୍ୱିଟାଲ ରେ ଭର୍ତି କରାଯାଇଥିଲା ଏବଂ ପରେ ତାଙ୍କୁ ସମ କୋଭିଡ ହସ୍ୱିଟାଲକୁ ନିଆଯାଇଥିଲା । କୋଭିଡରୁ ତ ଭଲ ହେଇଗଲେ କିନ୍ତୁ ତାଙ୍କ ଫୁସଫୁସ ୭୫ ପ୍ରତିଶତ ସଂକ୍ରମିତ ହେଇଯାଇଥିଲା । ମାଁ ଦେଇଥିଲା କଜଳ ଗାର, ଶାଶୂ ଘର ଚାଲିଯିବି, ମୁଁ ତୁମକୁ ଭଲପାଏ, ହାଏରେ ହାଏ ତୋର ଚେହେରା ଓ ପ୍ରେମ ଚଢେଇ ଭଳି ବହୁ ହିଟ ଗୀତ ତାଙ୍କୁ ଓଡିଶାର ଘରେ ଘରେ ପରିଚିତ କରାଇଥିଲା ।

୧୯୮୫ ରେ ଜନ୍ମ ଗ୍ରହଣ କରିଥିବା ତପୁ ମାତ୍ର ୧୫ ବର୍ଷ ବୟସରେ ପ୍ରଥମେ ‘କୂଳନନ୍ଦନ’ କଥାଚିତ୍ରରେ ମହେଶ୍ୱତାଙ୍କ ପାଇଁ କଣ୍ଠଦାନ କରିଥିଲେ । ତପୁ ଆଗକୁ ଆଗକୁ ବଢିଚାଲିଥିଲେ ଏବଂ ତାଙ୍କର ଗୀତ ଘରେ ଘରେ ଲୋକେ ଗାଇବା ଆରମ୍ଭ କରିଦେଇଥିଲେ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା ।