ଟ୍ରାକରୁ ଖସିଲା ଟ୍ରେନ । ବିହାରର ଛପରାରେ ଆଜି ସକାଳେ ସୁରତ- ଛପରା ତାପ୍ତିଗଙ୍ଗା ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏ ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଟ୍ରାକରୁ ଖସି ୧୩ଟି ବଗି ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଛପରା ନିକଟ ସକାଳ ୯ ଟା ୪୫ ମିନିଟରେ ଏହି ଦୁର୍ଘଟଣା ଘଟିଛି ।
ସୂଚନାଯୋଗ୍ୟ, ଆଜି ସକାଳେ ୯ଟାରେ ଛପରାରୁ ତାପ୍ତୀ ଗଙ୍ଗା ଏକ୍ସପ୍ରେସ ବାହାରିଥିଲା । ୪୫ ମିନିଟର ଯାତ୍ରା କରିବା ପରେ ଟ୍ରେନ୍ ଗୌତମ ସ୍ଥାନ ଷ୍ଟେସନରେ ପହଂଚିଥିଲା, ଯେଉଁଠି ତାହାର ୧୩ଟି ବଗି ଲାଇନଚ୍ୟୁତ୍ ହୋଇଯାଇଥିଲା । ଏହି ସମୟରେ ଟ୍ରେନର ଗତି କମ୍ ଥିଲା । ଏହି ଦୁର୍ଘଟଣାରେ ୪ ଯାତ୍ରୀ ଆହତ, ଯେଉଁମାନେ ସ୍ଥାନୀୟ ହସପିଟାଲରେ ଭର୍ତ୍ତି ଅଛନ୍ତି । ଏବେ ସେହି ସ୍ଥାନରେ ଟ୍ରେନ୍ ଚଳାଚଳକୁ ବନ୍ଦ କରିଦିଆଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/tapti_ganga_express_1554009159_618x347.jpeg)
/kanak/media/post_attachments/wp-content/uploads/2019/03/1-4-300x227.png)