କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ସୁମିତ-ତପସ୍ୱିନୀ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ତଳ କୋର୍ଟଙ୍କ ଆଦେଶ ଉପରେ ସ୍ଥଗିତାଦେଶ ଜାରି କରିବା ସହ ତପସ୍ୱିନୀଙ୍କ ଭରଣପୋଷଣ ଅର୍ଥ କମାଇଛନ୍ତି ଉଚ୍ଚ ନ୍ୟାୟାଳୟ । ମାସିକ ୧୭ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ତପସ୍ୱିନୀଙ୍କ ରହିବା ପାଇଁ ଏକମାସ ମଧ୍ୟରେ ବ୍ୟବସ୍ଥା କରିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେହି ସମୟ ଯାଏଁ ସୁମିତଙ୍କ ଘରେ ତପସ୍ୱିନୀ ରହିବେ ବୋଲି କହିଛନ୍ତି ହାଇକୋର୍ଟ ।

Advertisment

ବ୍ରହ୍ମପୁରର ଏହି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ଡାକ୍ତର ସୁମିତ ସାହୁଙ୍କୁ କୋର୍ଟରେ ବିବାହ କରିଥିବା ଦାବି କରିଥିଲେ ତପସ୍ୱିନୀ ଦାଶ । ହେଲେ ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହେବାରୁ ତପସ୍ୱିନୀ, ତାଙ୍କ ବାପଘରେ ରହୁଥିଲେ । ପରେ ସ୍ତ୍ରୀର ମର୍ଯ୍ୟାଦା ଦାବି କରି ସୁମିତଙ୍କ ଘରେ ରହିବା ପାଇଁ ବଧୂବେଶରେ ଶଶୁର ଘର ଆଗରେ ଧାରଣାରେ ବସିଥିଲେ ତପସ୍ୱିନୀ । ମାମଲା କୋର୍ଟକୁ ଯାଇଥିବା ବେଳେ ଚଳିବା ପାଇଁ ତପସ୍ୱିନୀଙ୍କୁ ମାସିକ ୧୭ ହଜାର ଟଙ୍କା ଦେବା ପାଇଁ ରାୟ ହେବା ସହ ଶଶୁର ଘରେ ରହିବାକୁ ଅନୁମତି ଦେଇଥିଲେ ବ୍ରହ୍ୱପୁର ଜିଲ୍ଲା ଜଜ୍ । ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୁମିତ ।