କନକ ବ୍ୟୁରୋ : ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ସିବିଆଇ ତନାଘନା ଜୋର ଧରିଛି । ରିମାଣ୍ଡ ସରିବା ପରେ ସାଂସଦ ତାପସ ପାଲଂକୁ ଜେଲ ପଠାଯାଇଛି । ୧୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗ ହାଜତରେ ରହିବେ ଟିଏମସି ସାଂସଦ ତାପସ ପାଲ ।
ପୂର୍ବରୁ ତାପସ ପାଲଙ୍କ ଓକିଲଙ୍କ ପକ୍ଷରୁ ଜାମିନ ପାଇଁ ସିବିଆଇ କୋର୍ଟରେ ଆବେଦନ କରାଯାଇଥିଲା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ପାଇଁ ଆବେଦନ କରାଯାଇଥିଲା । କିନ୍ତୁ ସିବିଆଇ ଓକିଲଙ୍କ ପକ୍ଷରୁ ପ୍ରମାଣଭିତିକ ତଥ୍ୟ ଉପସ୍ଥାପନ କରାଯାଇଥିଲା । ଫଳରେ ତାଂକୁ ବେଲ୍ ମିଳିପାରିନାହିଁ ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା କାରଣରୁ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି ।
ଏହାସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/vlcsnap-2017-01-07-09h36m10s277.png)