କନକ ବ୍ୟୁରୋ : ୨୦୧୮ ମସିହାରେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କର ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେ ତାଙ୍କ ପୋଷ୍ଟରେ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଏହାପରେ ଲାଗତର ଭାବେ ତନୁଶ୍ରୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ଓ ଇଣ୍ଟରଭ୍ୟୁରେ ବଲିଉଡର କିଛି ଅଭିନେତା ଓ ତଥା କଥିତ ବଲିଉଡ ମାଫିଆଙ୍କ ବିରୋଧରେ କହୁଛନ୍ତି । ହେଲେ ଏବେ ଏବେ ତନୁଶ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ କରିଥିବା ଏକ ପୋଷ୍ଟକୁ ନେଇ ବଲିଉଡରେ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ତନୁଶ୍ରୀ ଏକ ପୋଷ୍ଟ କରି କିଛି ଲୋକ ତାଙ୍କୁ ଟାର୍ଗେଟ କରୁଥିବା କଥା କହିଛନ୍ତି ।

Advertisment

ତନୁଶ୍ରୀ ଇନଷ୍ଟାଗ୍ରାମରେ ନିଜର ଫଟୋ ସହ ଏକ ଦୀର୍ଘ କ୍ୟାପସନ ପୋଷ୍ଟ କରିଛନ୍ତି । ଏଥିରେ ସେ ନାନା ପାଟେକରଙ୍କ ଠାରୁ ଆରମ୍ଭ କରି ସୁଶାନ୍ତସିଂ ରାଜପୁତଙ୍କ ପର୍ଯ୍ୟନ୍ତ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି କି ଭବିଷ୍ୟତରେ ଯଦି ତାଙ୍କ ସହ କିଛି ଅଘଟଣ ଘଟେ ତେବେ ଏଥିପାଇଁ ନାନା ପାଟେକର, ତାଙ୍କ ଓକିଲ , ସହଯୋଗୀ ଓ ତାଙ୍କର କିଛି ବଲିଉଡ ମାଫିଆ ସାଂଗ ଦାୟୀ ରହିବେ ।

କେବଳ ସେତିକି ନୁହେଁ ସେ ତାଙ୍କ ପୋଷ୍ଟରେ କ୍ୟାପସନ ଦେଇ ଦର୍ଶକମାନଙ୍କୁ ଅନୁରୋଧ କରିଛନ୍ତି କି ନାନା ପାଟେକରଙ୍କ ସିନେମା ଦେଖନ୍ତୁ ନାହିଁ । ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବହିସ୍କାର କରନ୍ତୁ । ଏହାସହ କିଛି ମିଡିଆ ଚେହେରା ତାଙ୍କ ନାମରେ ମିଥ୍ୟା ପ୍ରଚାର କରିଥିବା କଥା ସେ ଅଭିଯୋଗ ମଧ୍ୟ କରିଛନ୍ତି । ଆଇନ ଏବଂ ନ୍ୟାୟ ମୋତେ ବିଫଳ କରାଇଥାଇ ପାରେ । ହେଲେ ଏ ମହାନ ଦେଶର ଲୋକଙ୍କ ଉପରେ ତାଙ୍କର ବିଶ୍ୱାସ ଥିବା କଥା ତନୁଶ୍ରୀ ଲେଖିଛନ୍ତି ।