ନାନା ପାଟେକର ଓ ବିବେକ ଅଗ୍ନିହୋତ୍ରୀଙ୍କଠୁ ନୋଟିସ ପାଇବା ପରେ ଗୋଟିଏ ପାଦ ଆଗକୁ ବଢିଛନ୍ତି ଅଭିନେତ୍ରୀ ତନୁଶ୍ରୀ ଦତ୍ତ । ସେ ନାନା ପାଟେକରଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତନୁଶ୍ରୀଙ୍କ ଏହି ଅଭିଯୋଗ ପରେ ନାନାଙ୍କ ଅଡୁଆ ବଢିବା ସମ୍ଭାବନା ରହିଛି । ତେବେ ଏହି ଘଟଣା ଦୀର୍ଘ ୧୦ ବର୍ଷ ପୁରୁଣା । ତେଣୁ ଘଟଣାର ଅଧିକ ତଦନ୍ତ ପରେ ନିଷ୍ପତି ନିଆଯିବ ବୋଲି ପୁଲିସ କହିଛି ।
ସେପଟେ ନାନା ପାଟେକର ମୁମ୍ବାଇ ବାହାରେ ସୁଟିଂରେ ବ୍ୟସ୍ତ ଅଛନ୍ତି । ମୁମ୍ବାଇକୁ ଫେରିଲେ ସବୁ ସତ୍ୟାସତ୍ୟ ସାମ୍ନାକୁ ଆଣିବେ ବୋଲି ସେ କହିଛନ୍ତି । ଅକ୍ଟୋବର ୭-୮ ତାରିଖରେ ଫେରିବା ପରେ ଗଣମାଧ୍ୟମ ଆଗରେ ସବୁ ତଥ୍ୟ ରଖିବେ ବୋଲି କହିଛନ୍ତି ନାନା ପାଟେକର । ଏପରିକି ତନୁଶ୍ରୀଙ୍କ ଅଭିଯୋଗ ମିଛ ଏବଂ ସେ ମିଛ କହୁଛନ୍ତି । ଦେଶବାସୀ ଜାଣିଛନ୍ତି ସେ କଣ ବୋଲି କହିଛନ୍ତି ନାନା ପାଟେକର । ତାଙ୍କ ମାନହାନୀ ଘଟାଇବାକୁ ତନୁଶ୍ରୀ ଉଦ୍ୟମ କରୁଥିବା ନାନା ଅଭିଯୋଗ ଆଣିିଛନ୍ତି । ୨୦୦୮ ମସିହାରେ ଫିଲ୍ମ ହର୍ନ ଓକେ ପ୍ଲିଜ୍ ଫିଲ୍ମ ଅବସରରେ ନାନା ପାଟେକର ତାଙ୍କୁ ଅସଦାଚରଣ କରିଥିଲେ ବୋଲି ତନୁଶ୍ରୀ ଦତ୍ତ ଅଭିଯୋଗ କରିଛନ୍ତି । ଜୋରଜବରଦସ୍ତ ତାଙ୍କ ପାଖକୁ ଆସିବାକୁ ସେ ବାରମ୍ବାର ଚେଷ୍ଟା କରୁଥିଲେ ବୋଲି କହୁଛନ୍ତି ତନୁଶ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/NANA-TANUSHREE.jpg)
/kanak/media/post_attachments/wp-content/uploads/2018/10/1538564961_tanushree-dutta-nana-patekar-300x200.jpg)