ରାଜସ୍ଥାନ ଅଜମେରର ଜେଏଲଏନ୍ ହସ୍ପିଟାଲ୍ ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ଏକ ସଡକ ଦୂର୍ଘଟଣା ପରେ ଏହି ବ୍ୟକ୍ତିଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ସେ ବଚିଂପାରିଲେ ନାହିଁ । କିନ୍ତୁ ମୃତ୍ୟୁର କିଛି ଦିନ ପରେ ଗ୍ରାମବାସୀଙ୍କ ସହ ତାଙ୍କ ଘରଲୋକ ମୃତକଙ୍କ ଆତ୍ମା ନେବାକୁ ହସ୍ପିଟାଲ୍ ପହଂଚିଥିଲେ । ମୃତକଙ୍କ ପରିବାର ତାନ୍ତ୍ରିକଙ୍କ ସହ ମିଶି ହସ୍ପିଟାଲ୍ ରେ ପୂଜା କରିଥିଲେ ।
ଘଟଣାଟି ହେଉଛି ଶନିବାରର । ପରିବାର ଲୋକଙ୍କ କହିବାନୁସାରେ ସେମାନେ ପୁଅର ଆତ୍ମାକୁ ନେବାକୁ ହସ୍ପିଟାଲ୍ ଆସିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ବରୋଡା ଗ୍ରାମର କିଛି ଲୋକ ମିଶି ହସ୍ପିଟାଲ୍ ପୁରୁଷ ୱାର୍ଡରେ ହୋମ ମଧ୍ୟ କରିଥିଲେ । ଏହି ସମୟରେ ୱାର୍ଡ ବଏ କିମ୍ବା କୌଣସି ସିକ୍ୟୁରିଟି ମଧ୍ୟ ତାଙ୍କୁ ରୋକିନଥିଲେ । ଅନ୍ୟ ରୋଗୀ ମଧ୍ୟ ଏହି ଅନ୍ଧବିଶ୍ୱାସକୁ ବିରୋଧ କରିବାକୁ ଆଗକୁ ଆସିନଥିଲେ । ଜଣେ ସଂପର୍କୀୟଙ୍କ କହିବାନୁସାରେ , ଅନ୍ତିମ ସଂସ୍କାର ପାଇଁ ଶବକୁୁ ପୂର୍ବରୁ ନିଆଯାଇଥିବା ବେଳେ ଆତ୍ମା ଡାକ୍ତରଖାନାରେ ହିଁ ରହିଯାଇଥିଲା । ଏବେ ଆମେ ଆତ୍ମାକୁ ନେବାକୁ ଆସିଛୁ । ଆତ୍ମାକୁ ଘରର ଏକ କୋଣରେ ରଖିବୁ । ୱାର୍ଡ ବଏଙ୍କୁ ଏନେଇ ପଚରାଯିବାରୁ ସେ କହିଥିଲେ ଅଧିକାଂଶ ଲୋକ ଏଭଳି ଭ୍ରାନ୍ତ କଥା ଉପରେ ବିଶ୍ୱାସ ନ କରୁଥିଲେ ମଧ୍ୟ କଳାଯାଦୁ ଏବଂ ତାନ୍ତ୍ରିକଙ୍କୁ ଡରିଥାନ୍ତି । ତେଣୁ ଏଭଳି କିଛି ହେଉଥିବା ବେଳେ ସେମାନେ ଚୁପ୍ ରହିବାକୁ ଅଧିକ ପସନ୍ଦ କରନ୍ତି । ଡାକ୍ତରଖାନାର ଡାକ୍ତର ମଧ୍ୟ ଏହି ସମୟରେ କୌଣସି ହସ୍ତକ୍ଷେପ କରିନଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/xxxxxxxxxxxxxxxxxx.jpg)
/kanak/media/post_attachments/wp-content/uploads/2019/03/jpg-1-300x225.jpg)