ଅନ୍ଧବିଶ୍ୱାସର କରୁଣ ପରିମାଣ! ତାନ୍ତ୍ରିକର କଥାରେ ପଡି ଜୀବନକୁ ବାଜି ଲଗାଇ ଖାଇଲେ ମୋବାଇଲ ଫୋନ,ତାର ।

Advertisment
ଅନ୍ଧବିଶ୍ୱାସର କରୁଣ ପରିମାଣ! ତାନ୍ତ୍ରିକର କଥାରେ ପଡି ଜୀବନକୁ ବାଜି ଲଗାଇ ଖାଇଲେ ମୋବାଇଲ ଫୋନ,ତାର ।

source : Amar Ujala

ଉତ୍ତର ପ୍ରଦେଶର ହାର୍ଦୋଇ ଅନ୍ତର୍ଗତ ବିଲଗ୍ରାମର ଏହି ବ୍ୟକ୍ତି ଜଣକ ବିବାହ କରିବା ପାଇଁ ଜଣେ ତାନ୍ତ୍ରିକର ଉପଦେଶ ମାନି ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ୪୨ ବର୍ଷୀୟ ଅଜୟ ଦ୍ୱିବେଦୀ ନାମକ ଏହି ବ୍ୟକ୍ତିଙ୍କର ଦେହ ସର୍ବଦା ଅସୁସ୍ଥ ରହୁଥିବାରୁ ତାଙ୍କ ବାହାଘର ପାଇଁ କେହି ରାଜି ହେଉନଥିଲେ । ଏହା କୌଣସି ଗୁଣୀଗାରେଡି ଭାବି ଦ୍ୱିବେଦୀ ଜଣେ ତାନ୍ତ୍ରିକଙ୍କ ପାଖକୁ ଯାଇ ଏହି ସମସ୍ୟାର ସମାଧାନ କରିବାକୁ କହିଲେ।
publive-imageତାନ୍ତ୍ରିକ ପ୍ରଥମରୁ ତାଙ୍କ ନିର୍ଦ୍ଧେଶକୁ ଧାର୍ମିକ ବିଚାରି ମାନିବାକୁ ପରାମର୍ଶ ଦେଇଥିଲେ । ଅନ୍ଧବିଶ୍ୱାସରେ ଅନ୍ଧ ଥିବା ଦ୍ୱିବେଦୀ ତାନ୍ତ୍ରିକର କଥାରେ ରାଜି ହୋଇଗଲେ। ପରେ ସେ ତାଙ୍କୁ ମୋବାଇଲ୍‌ ଫୋନ୍‌ ଏବଂ ବ୍ୟାଟେରି, ଚାବି, ପତଳା ତାର, କାଚ ଆଦି ଖାଇବାକୁ କହିଲେ। ତାଙ୍କ କହିବା ଅନୁସାରେ ଦ୍ୱିବେଦୀ ସେ ସବୁ ଖାଇବା ପରେ ପେଟବିନ୍ଧା ଆରମ୍ଭ ହୋଇଗଲା। ପେଟବିନ୍ଧାର ନିରାକରଣ ପାଇଁ ସେ ଏକ ଘରୋଇ ଡାକ୍ତରଖାନାକୁ ଯିବାରୁ ଡାକ୍ତରମାନେ ତାଙ୍କୁ ଏକ୍ସରେ କରାଇବାକୁ କହିଲେ। ଏକ୍ସରେରେ ରୋଗୀର ଦେହରେ ଧାତବ ଜିନିଷ ଥିବା ଦେଖି ଡାକ୍ତର ଆଚମ୍ବିତ ହୋଇ ଗଲେ ।
ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରାଇବାକୁ ଡାକ୍ତର କହିଲେ। ଅସ୍ତ୍ରୋପଚାର ପରେ ତାଙ୍କ ଦେହରୁ ବାହାରିଲା ବିଭିନ୍ନ ଧାତବ ଖଣ୍ଡ। ସର୍ଜନ୍‌ ଏସକେ ସିଂହ କହନ୍ତି ଯେ ଦ୍ୱିବେଦୀ ଯେଉଁ ସ୍ୱାସ୍ଥ୍ୟାବସ୍ଥା ଦେଇ ଗତି କରୁଛନ୍ତି ସେ ପ୍ରକାରର ଲୋକେ ଆତ୍ମହତ୍ୟା ପ୍ରବୃତ୍ତିର ଶିକାର ହୋଇ ଥାଆନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe