ଉତ୍ତର ପ୍ରଦେଶର ହାର୍ଦୋଇ ଅନ୍ତର୍ଗତ ବିଲଗ୍ରାମର ଏହି ବ୍ୟକ୍ତି ଜଣକ ବିବାହ କରିବା ପାଇଁ ଜଣେ ତାନ୍ତ୍ରିକର ଉପଦେଶ ମାନି ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ୪୨ ବର୍ଷୀୟ ଅଜୟ ଦ୍ୱିବେଦୀ ନାମକ ଏହି ବ୍ୟକ୍ତିଙ୍କର ଦେହ ସର୍ବଦା ଅସୁସ୍ଥ ରହୁଥିବାରୁ ତାଙ୍କ ବାହାଘର ପାଇଁ କେହି ରାଜି ହେଉନଥିଲେ । ଏହା କୌଣସି ଗୁଣୀଗାରେଡି ଭାବି ଦ୍ୱିବେଦୀ ଜଣେ ତାନ୍ତ୍ରିକଙ୍କ ପାଖକୁ ଯାଇ ଏହି ସମସ୍ୟାର ସମାଧାନ କରିବାକୁ କହିଲେ।
/kanak/media/post_attachments/wp-content/uploads/2018/04/uttar_pradesh_tantrik_1523256965_725x725-300x225.jpg)
ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରାଇବାକୁ ଡାକ୍ତର କହିଲେ। ଅସ୍ତ୍ରୋପଚାର ପରେ ତାଙ୍କ ଦେହରୁ ବାହାରିଲା ବିଭିନ୍ନ ଧାତବ ଖଣ୍ଡ। ସର୍ଜନ୍ ଏସକେ ସିଂହ କହନ୍ତି ଯେ ଦ୍ୱିବେଦୀ ଯେଉଁ ସ୍ୱାସ୍ଥ୍ୟାବସ୍ଥା ଦେଇ ଗତି କରୁଛନ୍ତି ସେ ପ୍ରକାରର ଲୋକେ ଆତ୍ମହତ୍ୟା ପ୍ରବୃତ୍ତିର ଶିକାର ହୋଇ ଥାଆନ୍ତି।