କନକ ବ୍ୟୁରୋ : ଭୁବନେଶ୍ୱର ଟଙ୍କପାଣି ଦୁର୍ଗାମନ୍ଦିର ପରିସରରେ ରହିଛି ନିଆରା ଦୁର୍ଗା ମଣ୍ଡପ । ଯେଉଁଠି ଦୀର୍ଘ ୩୬ ବର୍ଷ ଧରି ବିସର୍ଜନ ହୋଇନି ମାଆଙ୍କ ମୃଣ୍ମୟୀ ମୂର୍ତ୍ତି । ପ୍ରତିବର୍ଷ ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥାଏ । କିନ୍ତୁ ବିସର୍ଜନ କେବଳ ମାଆଙ୍କ ଘଟକୁ କରାଯାଇଥାଏ । ଅନ୍ୟସ୍ଥାନଗୁଡିକରେ ଯେଉଁଠି ମାଆଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜା କରାଯାଏ । ଦଶମୀ ପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରିବା ବିଧି ଓ ପରମ୍ପରା ରହି ଆସିଛି ।

Advertisment

ହେଲେ ଟଙ୍କପାଣି ଦୁର୍ଗାମନ୍ଦିର ପରିସରରେ ଥିବା ଦୁର୍ଗାମଣ୍ଡପରେ ଦୀର୍ଘ ବର୍ଷ ହେଲା ମାଆଙ୍କ ମୂର୍ତ୍ତିକୁ ବିସର୍ଜନ କରାଯାଇ ନାହିଁ । ଦୀର୍ଘ ୩୬ ବର୍ଷ ହେଲା ମାଆଙ୍କ ମୂର୍ତ୍ତିକୁ ସିମେଣ୍ଟ ଲେପ ଦେଇ ସଂରକ୍ଷିତ କରି ରଖାଯାଇଛି । ପ୍ରତିବର୍ଷ ପୂଜାରେ ମାଆଙ୍କ ମୂର୍ତ୍ତିକୁ ନୂଆ ରଙ୍ଗ ଦେଇ ପୂଜା କରାଯାଇଥାଏ । ପ୍ରତିବର୍ଷ ମାଆଙ୍କ ଧରାବତରଣ ପରେ ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିକୁ ପୂଜା କରାଯାଇଥାଏ । ଆଉ ପୂଜା ସରିବା ପରେ ମାଆଙ୍କ ଘଟକୁ କେବଳ ବିସର୍ଜନ କରାଯାଇଥାଏ ।