ତାନିସ୍କର ବିଜ୍ଞାପନକୁ ନେଇ ବିବାଦ: ସୋସିଆଲ ମିଡିଆରେ ଚାପ ବଢିବା ପରେ ବିଜ୍ଞାପନ ପ୍ରତ୍ୟାହାର କଲା କମ୍ପାନି; ବିଜ୍ଞାପନରେ ମୁସଲିମ ଘରେ ହିନ୍ଦୁ ବୋହୁକୁ ନେଇ ଉଠିଥିଲା ବିବାଦ

466

କନକ ବ୍ୟୁରୋ: ଟାଟା ଗ୍ରୁପ ଦ୍ୱାରା ପରିଚାଳିତ ତାନିସ୍କ ବ୍ରାଣ୍ଡର ଏକ ବିଜ୍ଞାପନକୁ ନେଇ ବିବାଦ ହେବା ପରେ ଏହି ବିଜ୍ଞାପନକୁ ପ୍ରତ୍ୟାହାର କରିଛି କମ୍ପାନି । ଏହି ବିଜ୍ଞାପନ ଭିତରେ ଭାରତବର୍ଷର ରାଜନୀତି ଏବଂ ବହୁଦିନ ଧରି ସାମ୍ପ୍ରଦାୟିକତାର ଯେଉଁ ବିଷ ମଂଜିଟି ଅଛି ତାକୁ ଉଖାରିବାକୁ ଚେଷ୍ଟା ହୋଇଛି ବୋଲି ଅଭିଯୋଗ ହୋଇଛି । ତାନିସ୍କର ଏହି ବିଜ୍ଞାପନରେ ଗୋଟିଏ ମୁସଲିମ ପରିବାରର ହିନ୍ଦୁ ବୋହୁକୁ ନେଇ । ଗୋଟିଏ ଉତ୍ସବର ମୁହୁର୍ତ ପରିବାର ଭିତରେ ଚାଲିଛି ।

ଭିଡିଓର ଶେଷ ପର୍ଯ୍ୟାୟରେ ଶାସୁ ବୋହୁ କଥା ହେଉଛନ୍ତି ଘରର ପରମ୍ପରାକୁ ନେଇ । ଶାଶୁ ବୋହୁକୁ କହୁଛନ୍ତି, ପ୍ରତି ଘରର ପରମ୍ପରା ହେଉଛି ନିଜ ବୋହୁକୁ ଖୁସି ରଖିବା । ଅର୍ଥାତ ଗୋଟିଏ ମୁସଲିମ ଘରେ ହିନ୍ଦୁ ବୋହୁଟି ପରମ୍ପରା ନଥିଲେ ବି କିଭଳି ଭଲ ବ୍ୟବହାର ପାଉଛି, ଭଲ ଉପହାର ପାଉଛି, ତାହା ଏହି ବିଜ୍ଞାପନରେ ରହିଛି । କିନ୍ତୁ ମୁଳକଥା, ମୁସଲିମ ଘରେ ହିନ୍ଦୁ ବୋହୁକୁ ନେଇ ବିବାଦ ବଢିଛି । ସାମାଜିକ ଗଣମାଧ୍ୟମରେ ଚାପ ବଢିବାପରେ ଟାଟା ଗ୍ରୁପ ଦ୍ୱାରା ପରିଚାଳିତ ତାନିସ୍କ ଏହି ବିଜ୍ଞାପନକୁ ପ୍ରତ୍ୟାହାର କରିଥିଲା ।