ଆରୟନଙ୍କ ସମର୍ଥନରେ କାଜଲଙ୍କ ଭଉଣୀ ତନୀଶା, ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ ନେଇ କହିଲେ ଏମିତି କଥା

Advertisment
ଆରୟନଙ୍କ ସମର୍ଥନରେ କାଜଲଙ୍କ ଭଉଣୀ ତନୀଶା, ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ ନେଇ କହିଲେ ଏମିତି କଥା

କନକ ବ୍ୟୁରୋ :  ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଏନସିବି ଅକ୍ଟୋବର ୩ ତାରିଖରେ ଗିରଫ୍ କରିଛି । ଏବେ ବି ଆରୟନ ଜେଲରେ ଅଛନ୍ତି । ଆଜି ତାଙ୍କ ଜାମିନ ଉପରେ ଶୁଣାଣି ହେବ । ହେଲେ ଆରୟନ ଡ୍ରଗ୍ସ ମାମଲାରେ ଫସିବା ପରେ ବାପା ଶାହାରୁଖଙ୍କୁ ବଲିଉଡରୁ ଭରପୁର ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି । ଏବେ ବଲିଉଡ ଅଭିନେତ୍ରୀ କାଜଲଙ୍କ ଭଉଣୀ ତନିଶା ମୁଖାର୍ଜୀ ବି ଆରୟନଙ୍କ ସମର୍ଥନରେ ମତ ଦେବା ସହ ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

‘ବମ୍ବେ ଟାଇମ୍ସ’ ସହ କଥାବାର୍ତ୍ତା ବେଳେ ତନିଷା କରିଛନ୍ତି “ମୁଁ ସମ୍ପୂର୍ଣ୍ଣ ରୂପେ ସହମତ କି ଆରୟନଙ୍କ ଉପରେ ନିର୍ଯାତନା ଦେବାକୁ ଏଭଳି ମାମଲା କରାଯାଇଛି, ଗୋଟିଏ କମ୍ ବୟସର ପିଲାକୁ ମିଡିଆ ଟ୍ରାଏଲରେ ରଖିବା କେବେ ବି ବାସ୍ତବିକ ସାମ୍ବାଦିକତା ନୁହେଁ” କେବଳ ସେତିକି ନୁହେଁ ଏହା ଏକ ସମ୍ବେଦନଶୀଳ ମାମଲା । ଅନ୍ୟପଟେ ସେ ନାଁ ନନେଇ କହିଛନ୍ତି କି କିଛି ଲୋକ ବଲିଉଡ ଷ୍ଟାରଙ୍କ ପ୍ରତି କଠୋର ମନୋଭାବ ପୋଷଣ କରୁଛନ୍ତି ।
ଅନ୍ୟପଟେ ତନୀଶା ନ୍ୟାୟ ବ୍ୟବସ୍ଥାକୁୁ ନେଇ ଅକ୍ଷେପ କରିଛନ୍ତି । ସେ କହିଛନ୍ତି କି “ଏ ଦେଶ ଆମ ସମସ୍ତଙ୍କ ପାଇଁ, ପ୍ରମାଣ ଦେଖି ଲୋକମାନେ ଭାବିବା ଦରକାର କି ଯଦି ସେମାନଙ୍କ ପିଲା ସହ ଏଭଳି ହୋଇଥାନ୍ତା ତ ସେମାନେ କିଭଳି ପ୍ରତିକ୍ରିୟା ପ୍ରକାଶ କରିଥାନ୍ତେ”

କହିରଖୁ କି ତନୀଶାଙ୍କ ପୂର୍ବରୁ ଅନେକ ସେଲିବ୍ରେଟି ଶାହାରୁଖଙ୍କ ସମର୍ଥନରେ ବୟାନ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ସଲମାନ ଖାନ୍,ପୂଜା ଭଟ୍ଟ,ଜୋୟା ଅଖତର, ସୁନିଲ ସେଟ୍ଟି,ସୁଜେନ ଖାନ, ହ୍ରିତିକ ରୋସନ ଭଳି କଳାକାର ସାମିଲ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe