ଟାଙ୍ଗୀ ଥାନା ମଙ୍ଗୁଳି ଆଉଟ୍ ପୋଷ୍ଟରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ : ଡ୍ୟୁଟିରେ ଥିବା ହୋମଗାର୍ଡଙ୍କ ସଂପୃକ୍ତି ଜଣାପଡିବା ପରେ ମାମଲା କଲା ପୁଲିସ

୩ ଜଣଙ୍କୁ ଅଟକ ରଖି ପଚରାଉଚରା

211

କନକ ବ୍ୟୁରୋ : ଟାଙ୍ଗୀ ଥାନା ମଙ୍ଗୁଳି ପୁଲିସ ଆଉଟପୋଷ୍ଟ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଡ଼୍ୟୁଟିରେ ଥିବା ଜଣେ ହୋମଗାର୍ଡ଼ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ମାମାଲା ରୁଜୁ କରିବା ସହ ସମ୍ପୃକ୍ତ ହୋମଗାର୍ଡ଼ଙ୍କ ସମେତ ୩ଜଣଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ପୂର୍ବରୁ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁଲ ରେହମାନର ଆଡ୍ଡା ଠାରୁ ଆରମ୍ଭ କରି ବହୁ ଚୋରା ଓ ନକଲି କାରବାରର ପେଣ୍ଠସ୍ଥଳ, ହାଜତରେ ତଂଟିକାଟି ଆତ୍ମହତ୍ୟା ଓ ପାଟ୍ରୋଲିଂ ବେଳେ ଲକ୍ଷାଧିକ ଟଙ୍କା ଲୁଟ୍ ମାମଲାରେ ୩ଜଣ ପୋଲିସ କର୍ମଚାରୀ ଜେଲ ଯିବା ଘଟଣାକୁ ନେଇ ଟାଙ୍ଗି ଥାନା ପୋଲିସ ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲା । ଏବେ ଏଭଳି ଘଟଣା ପୁଣି ଥରେ ପୋଲିସକୁ ସାଧାରଣରେ ନିନ୍ଦିତ କରିଛି ।