କନକ ବ୍ୟୁରୋ: ନିଜ ନାଁରେ ନିଜେ ମାମଲା ରୁଜୁ କରିଛନ୍ତି ଟାଙ୍ଗୀ ଆଇଆଇସି । ଅନୁସୂଚିତ ଜାତି ବର୍ଗର ମହିଳାଙ୍କୁ ଜାତିଆଣ ଆକ୍ଷେପ, ଗାଳିଗୁଲଜ ହତ୍ୟା ଓ ଦୁଷ୍କର୍ମ ଧମକ ଦେବାଭଳି ସଙ୍ଗୀନ୍ ଅଭିଯୋଗରେ ମାମଲା ରୁଜୁ କରିଛନ୍ତି ଟାଙ୍ଗୀ ଥାନା ଅଧିକାରୀ । ଜଣେ ଦଳିତ ମହିଳାଙ୍କୁ ବିଳମ୍ବିତ ରାତିରେ ଘରେ ପଶି ଏହିଭଳି ଧମକ ଦେଇଥିବା ଅଭିଯୋଗରେ ଆଇଆଇସି ସୁଚିତ୍ରବୀର୍ଜ୍ୟ ଦାସ ନିଜ ଥାନାରେ ନିଜ ନାଁରେ ମାମଲା ରୁଜୁ କରିଛନ୍ତି ।
୨୦୨୨ ସେପ୍ଟେମ୍ବର ୩୦ରେ ରାତି ୨ଟା ସମୟରେ ମହିଳାଙ୍କ ଘରେ ପଶି ମହିଳାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା । ମହିଳା ଜଣକ କବାଟ ନଖୋଲିବାରୁ କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ ବୋଲି ଅଭିଯୋଗକାରିଣୀ ଏତଲାରେ ଲେଖିଥିଲେ । ମହିଳାଙ୍କ ସ୍ୱାମୀଙ୍କୁ ପୁଲିସ ଖୋଜୁଥିବା ବେଳେ ସେ ଘରେ ନଥିଲେ । ତାପରେ ଆଇଆଇସି ରାଗିଯାଇ ମହିଳାଙ୍କୁ ଜାତିଆଣ ଆକ୍ଷେପ କରିବା ସହିତ ଗାଳିଗୁଲଜ କରି ଧକ୍କା ମାରିଥିଲେ । ଘଟଣାନେଇ ଟାଙ୍ଗୀ ଥାନାରେ ଗତ ଡିସେମ୍ବର ୧୭ତାରିଖରେ ଅଭିଯୋଗ ହୋଇଥିଲା । ଏଥିସହ ପୁଲିସ ଡିଜି, କେନ୍ଦ୍ରାଂଚଳ ଆଇଜି, ଟାଙ୍ଗୀ ଏସଡିପିଓଙ୍କୁ ବି ଅଭିଯୋଗପତ୍ର ପଠାଇଛନ୍ତି ଅଭିଯୋଗକାରୀ । ତେବେ ଏହି ଘଟଣାର ସତ୍ୟସତ୍ୟ ପାଇଁ ତଦନ୍ତ ଆରମ୍ଭ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/vlcsnap-2023-01-06-17h52m43s199.jpg)