ମୋ ଠାରୁ ଭଲ ତନ୍ଦୁରୀ ରୁଟି କେହି ବନେଇ ପାରିବେନି । ଯଦି ଖାଇବାର ଅଛି ତାହେଲେ ସୋନୁ ସୁଦ୍ ଢାବାକୁ ଜଲଦି ଆସ । ହାତରେ ବେଲେଣାକଠି ଧରି ଏକ ଭିନ୍ନ ଅନ୍ଦାଜରେ ନଜର ଆସିଲେ ଗରିବଙ୍କ ଭଗବାନ ସୋନୁ ସୁଦ୍ ।
କେବଳ ଏହି ଗୋଟିଏ ଭିଡିଓ ନୁହେଁ ସୋନୁ ପୂର୍ବରୁ ଜରଜୀ ମଧ୍ୟ ବନିସାରିଛନ୍ତି । ଗତ କିଛି ଦିନ ପୂର୍ବରୁ ରାସ୍ତା କଡରେ ସିଲେଇ ମେସିନ୍ ଧରି ସୋନୁ ସିଲେଇ କରୁଥିବାର ନଜର ଆସିଥିଲେ । ଆଉ ମଜାଳିଆ ଢଙ୍ଗରେ ଲେଖିଥିଲେ ପ୍ୟାଣ୍ଟ ଜାଗାରେ ଯଦି ସଟ୍ସ ବନିଯାଏ ସେଥିପାଇଁ ଆମେ ଦାୟୀ ରହିବୁନି ।
କେବେ ଦରଜୀ ତ ଆଉ କେବେ ରୋଷେୟା... ସୋନୁଙ୍କୁ ପ୍ରତିଦିନ ଭିନ୍ନ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି । ତେବେ ଆଗକୁ ଗରିବ ମଣିଷ ପାଇଁ ମସିହା ପାଲଟିଥିବା ସୋନୁ ଆଗକୁ କେଉଁ ଅନ୍ଦାଜରେ ନଜର ଆସିବେ ତାହା ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ହିଁ ଜଣାପଡିବ
ଢାବାରେ ରୋଷେୟା ସାଜିଲେ ଗରିବଙ୍କ ଭଗବାନ ସୋନୁ ସୁଦ୍ । ହାତରେ ବେଲେଣା କାଠି ଧରିଲେ... ତନ୍ଦୁରୀ ଆଞ୍ଚରେ ରୁଟି ସେକିଲେ...
Advertisment
Follow Us