ଚାହାରୁ ମିଳିବ ଚିକେନର ସ୍ୱାଦ! ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଲା ତନ୍ଦୁରୀ ଚାହା ବିକ୍ରିର ଦୃଶ୍ୟ

31

ତନ୍ଦୁରୀ ଚା । ଏହି ନାଁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ପୁଣେରେ ଏହାର ବେଶ ଚାହିଦା ରହିଛି । ମହାରାଷ୍ଟର ପୁଣେ ସହରରେ ଜଣେ ଦୋକାନୀ ଏଭଳି ନିଆରା ଢ଼ଙ୍ଗରେ ଚା ତିଆରି କରୁଛନ୍ତି । ଆଉ ଏହି ଚାରେ ରହିଛି ତନ୍ଦୁରୀର ସ୍ୱାଦ । ସବୁ ଲୋକଙ୍କ ଚା ପିଇବାର ଅଲଗା ଅଲଗା ଟେଷ୍ଟ ରହିଥିବା ବେଳେ ଦୋକାନୀ ଜଣକ ନିଜ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଭିନ୍ନ ଶୈଳୀରେ ଚା ତିଆରି କରିଛନ୍ତି । ଆଉ ଏହାର ନା ଦେଇଛନ୍ତି ତନ୍ଦୁରୀ ତଡକା ଚା ।

ଏହି ଚାରେ ତନ୍ଦୁରୀ ଚିକେନ, ତନ୍ଦୁରୀ ନାନ, ତନ୍ଦୁରୀ ପନିର ଟିକ୍କା ଭଳି ସ୍ୱାଦ ଏଥିରେ ସାମିଲ କରାଯାଇଥାଏ । ତେବେ ତନ୍ଦୁରୀର ଫ୍ଲେବର ଆଣିବା ପାଇଁ ପ୍ରଥମେ ମାଟିର ଚା କପକୁ ତନ୍ଦୁରର ନିଅାଁରେ ପକାଯାଇଥାଏ । ଏହି ମାଟି କପଟି ପୁରା ଗରମ ହୋଇଯିବା ପରେ ତିଆରି ହୋଇଥିବା ଚା ସେଥିରେ ଢ଼ଳାଯାଇଥାଏ । ଚା ଢ଼ାଳିବାର ମଧ୍ୟ କିଛି ଅଲଗା ଶୈଳୀ ରହିଛି । ଚା ଢ଼ାଳିବା ମାତ୍ରେ ହିଁ ସେଥିରୁ ପାଣି ଫୋଟକା ବାହାରିଥାଏ । ଏହାପରେ ଏକ ମାଟି ହାଣ୍ଡିର କପ ଭଳି ଦେଖାଯାଉଥିବା ବାସନରେ ଗ୍ରାହକଙ୍କୁ ଚା ପରଷା ଯାଇଥାଏ ।