ଗଞ୍ଜାମ ପୁରୁଷୋତମପୁରରେ କାଳବୈଶାଖୀର ତାଣ୍ଡବ । ଉପୁଡ଼ି ପଡ଼ିଲା ଗଛ, ଉଡ଼ିଗଲା ଛପର

240

କନକ ବ୍ୟୁରୋ: ଗଞ୍ଜାମ ପୁରୁଷୋତମପୁରରେ କାଳବୈଶାଖୀ ତାଣ୍ଡବ । କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଟିଣ ଛପର ଉଡ଼େଇ ନେବା ସହ ବଡ଼ ବଡ଼ ଗଛ ସବୁ ଭାଙ୍ଗିପଡ଼ିଛି । ପବନର ବେଗ ଏତେ ଅଧିକ ରହିଥିଲା ଯେ ଚାରିଆଡ଼େ କିଛି ସମୟ ପାଇଁ ଧୂଆଁ ଧୂଆଁ ପରିବେଶ ସୃଷ୍ଟି ହୋଇଥିଲା । ମାତ୍ର ୧୫ ମିନିଟ୍ ଭିତରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କାଳୀ ମନ୍ଦିର ଛକରେ ଥିବା ବହୁ ଉଚ୍ଚତା ବିଶିଷ୍ଟ ତ୍ରିରଙ୍ଗା ଖୁଣ୍ଟ ମଧ୍ୟ ମାଟିରେ ମିଶିଯାଇଛି । ରାସ୍ତାରେ ବଡ଼ ବଡ଼ ଗଛ ଭାଙ୍ଗିପଡ଼ିବାରୁ କିଛି ସମୟ ପାଇଁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିବା । ବିଦ୍ୟୁତ୍ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଦିନସାରା ପ୍ରବଳ ଗରମ ଅନୁଭୁତ ହୋଇଥିବା ବେଳେ ଅପରାହ୍ନ ୨ଟା ୪୫ରେ ହଠାତ୍ ପାଗରେ ପରିବର୍ତନ ହୋଇଥିଲା । ୧୫ ମିନିଟ୍ କାଳବୈଶାଖୀ ତାଣ୍ଡବରେ ଜନଜୀବନ ପ୍ରଭାବିତ ହୋଇଥିଲା ।