କନକ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ବୈଦ୍ୟୁତିକ ଗଣମାଧ୍ୟମ କନକ ନ୍ୟୁଜର ସମ୍ପାଦକ ଦାୟିତ୍ୱ ନେଲେ ସମ୍ବାଦର ସମ୍ପାଦକ ତଥା ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ । ଦୀର୍ଘ ଦଶନ୍ଧିରୁ ଅଧିକ ସମୟ ଧରି ଗଣମାଧ୍ୟମ ଜଗତ ସହ ଜଡିତ ଏବଂ ସମ୍ବାଦ ଗ୍ରୁପର ବରିଷ୍ଠ ପରିଚାଳନା ମଣ୍ଡଳୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସିଛନ୍ତି ତନୟା ।

Advertisment

ତନୟାଙ୍କ ନେତୃତ୍ୱ ଏବଂ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କନକ ନ୍ୟୁଜ୍, ରେଡିଓ ଚକଲେଟ୍ ଏବଂ ସମ୍ବାଦ ଡିଜିଟାଲ ପରିଚାଳିତ ହୋଇ ଆସୁଥିଲା । ନିକଟରେ ସେ ରାଜ୍ୟର ଅଗ୍ରଣୀ ଖବର କାଗଜ ସମ୍ବାଦର ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ ।

ଖବର ପରିବେଷଣ ଏବଂ ଗଣମାଧ୍ୟମ କ୍ଷେତ୍ରରେ ନୂଆ ଧାରା ସୃଷ୍ଟି କରିବା ସହ ପରିଚାଳନା କ୍ଷେତ୍ରରେ ବଳିଷ୍ଠ ନେତୃତ୍ୱ ଦେଖାଇ ଆସିଥିବା ତନୟା ୨୪ ଘଣ୍ଟିଆ ନ୍ୟୁଜ ଚ୍ୟାନେଲ ‘କନକ ନ୍ୟୁଜ’ର ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏନେଇ ଆଜି ସମ୍ବାଦ ଗ୍ରୁପ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।