ମନ ମୋହୁଛି ଛତ୍ରପୁରର ତାମ୍ପରା ହ୍ରଦ । ବଣ ଜଙ୍ଗଲ ଘେରା ବିସ୍ତୀର୍ଣ୍ଣ ଜଳରାଶି ପାଲଟିଛି ମୁଖ୍ୟ ଆକର୍ଷଣ, ଜମୁଛି ଭୋଜିଭାତ ଆସର

144

କନକ ବ୍ୟୁରୋ : ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ରହିଛି ତମ୍ପରା ହଦ୍ର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ହୁମୁରୀ ତାମ୍ପରା ହ୍ରଦ । ହ୍ରଦର ଗୋଟିଏ ପଟେ ରହିଛି ଜାତୀୟ ରାଜପଥ ଏବଂ ଅନ୍ୟପଟେ ବେଳଭୂମି । ଏବେ ଏହି ସୁନ୍ଦର ସ୍ଥାନରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ । ରାଜ୍ୟ ବାହାରୁ ଏବଂ ଜିଲା ବାହାରୁ ଦୈନିଦିନ ଶହଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଏବିସି ବୋଟିଂ କ୍ଲବ ପକ୍ଷରୁ ବୋଟିଂ, ୱାଟର ସ୍ପୋଷ୍ଟ, ଜେଟି ଆଦି ବିଭିନ୍ନ ପ୍ରକାରର ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ। ବୋଟିଂ ସମୟରେ ଯେମିତି କୌଣସି ଅସୁବିଧା ନହୁଏ, ସେଥିପାଇଁ ପର୍ଯ୍ୟଟକଙ୍କୁ ଲାଇଫ୍ ଜ୍ୟାକେଟ୍ ବିନା ବୋଟରେ ବସିବାକୁ ଦିଆଯାଉନାହିଁ ।

ତାମ୍ପର ହଦ୍ରକୁ ଅଧିକ ଆକର୍ଷଣ କରିବା ପାଇଁ ୨୦୧୯ ଡିସେମ୍ବର ୧ରେ ଅମରାବତି ବୋଟିଂ କ୍ଲବ ପକ୍ଷରୁ ୱାଟର ସ୍ପୋଟର୍ସର ଶୁଭାରମ୍ଭ କରାଯାଇଥିଲା । ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ବୋଟିଂ ସହ ହ୍ରଦର ଦୃଶ୍ୟ ଓ ପାର୍କ ଦେଖଣାହାରିଙ୍କ ମନ ମୋହୁଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ତାମ୍ପରାର ବିକାଶ ପାଇଁ ଉଦ୍ୟମ ଜାରି ରହିଛି ।

ଭାରତ ସରକାରଙ୍କ ପକ୍ଷରୁ ତାମ୍ପରା ହ୍ରଦ, ଚିଲିକା ଉପକୂଳ ସାତପଡା, ବରକୂଳ ଓ ଗୋପାଳପୁର ବେଳାଭୂମିର ବିକାଶ ପାଇଁ ସ୍ୱଦେଶ ଦର୍ଶନ କାର୍ଯ୍ୟକ୍ରମରେ ଅନୁଦାନ ପ୍ରଦାନ କରାଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ଉନ୍ନୟନମୂଳକ କାମ ଚାଲିଛି ।