କ୍ରୀଡା ପ୍ରଶିକ୍ଷକ ନାଗରାଜନଙ୍କ ଉପରେ ୭ ମହିଳା କ୍ରୀଡାବିତଙ୍କ ଅଭିଯୋଗ । ଫିଜିଓଥେରାପି ବାହାନାରେ କରୁଥିଲେ ଅଶାଳୀନ ବ୍ୟବହାର

153

କନକ ବ୍ୟୁରୋ : କ୍ରୀଡା ପ୍ରଶିକ୍ଷକ ପି. ନାଗରାଜନଙ୍କ ଉପରେ ଅନେକ ମହିଳା କ୍ରୀଡାବିତ ଯୌନ ଉତ୍ପୀଡନ ଭଳି ଅଭିଯୋଗ ଆଣୁଛନ୍ତି । ଏନେଇ ତାଙ୍କ ବିରୋଧରେ ପୂର୍ବରୁ ବି ଯାଂଚ ଚାଲିଛି । ପୋଲିସର କହିବା ମୁତାବକ ଅଭିଯୁକ୍ତ ପ୍ରଶିକ୍ଷକ ଜଣଙ୍କ ଅନେକ ବର୍ଷ ହେବ ଏଭଳି କାରନାମା କରୁଛନ୍ତି । ଏହାରି ମଧ୍ୟରେ ପୁଣି ୭ ଜଣ ମହିଳା କ୍ରୀଡାବିତ୍ ପି.ନାଗରାଜନଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି । ଏହାସହ ତାଙ୍କ ବିରୋଧରେ ପୋଲିସ ପାଖରେ ଅନେକ ମହିଳା କ୍ରୀଡାବିତ ଆଗକୁ ଆସି ସାକ୍ଷୀ ଦେଇଛନ୍ତି ।

ନାଗରାଜନଙ୍କ ବିରୋଧରେ ଚାଲିଥିବା ଯାଂଚରୁ ଖୁଲାସା ହୋଇଛି କି ସେ ମହିଳା କ୍ରୀଡାବିତ ମାନଙ୍କୁ ଫିଜିଓଥେରାପି ବାହାନାରେ ଅଶାଳୀନ ବ୍ୟବହାର କରୁଛନ୍ତି । ଏହାସହ ସମ୍ପୂର୍ଣ୍ଣ ପ୍ରସ୍ତୁତ ସାରିଥିବା ଖେଳାଳୀ ମାନଙ୍କୁ ବଡ ବଡ କ୍ରୀଡା ଆୟୋଜନରେ ଭାଗନେବା ପୂର୍ବରୂ ସେମାନଙ୍କ ଉପରେ ଚାପ ପକାଇଥାନ୍ତି । ଏବଂ ଏହାସହ ସେମାନଙ୍କୁ କହିଥାନ୍ତି କି ଫିଜିଓଥେରାପି ଉପଚାର ଦ୍ୱାରା ଆରାମ ମିଳିବ ।

ଯାଂଚ କରୁଥିବା ପୋଲିସ କହିଛି କି ପି. ନାଗରାଜନ ବହୁବର୍ଷ ହେବ ଏଭଳି ଘୃର୍ଣ୍ଣ୍ୟ କାମ କରି ଚାଲିଛନ୍ତି । ହେଲେ ତାଙ୍କ ବିରୋଧରେ କେହି ପୂର୍ବରୁ ଅଭିଯୋଗ କରି ନଥିବାରୁ ଏଭଳି କାମ କରିବାକୁ ତାଙ୍କର ଆତ୍ମବିଶ୍ୱାସ ବଢି ଚାଲିଥିଲା । ଏବେ ପୁଣି ୭ ଜଣ ମହିଳା କ୍ରୀଡାବିତ ଏଭଳି ଅଭିଯୋଗ ଆଣିବା ପରେ ଜଣେ ପୋଲିସ ଅଧିକାରୀ କହିଛନ୍ତି କି ଅଭିଯୋଗକାରୀ ଆମର ସାକ୍ଷୀ ଭାବେ ଛିଡାହେବେ । ଏହାଦ୍ୱାରା ନାଗରାଜନଙ୍କୁ ଉଚିତ ଦଣ୍ଡ ମିଳିବ ।

କହିରଖୁ କି ଜଣେ ୧୯ ବର୍ଷିୟ କ୍ରୀଡାବିତଙ୍କ ଅଭିଯୋଗକୁ ଆଧାର କରି ମେ ୩୦ ତାରିଖରେ ନାଗରାଜନଙ୍କୁ ଗିରଫ୍ କରାଯାଛି ।