କନକ ବ୍ୟୁରୋ : ତାମିଲନାଡୁର ଆସିଛି ଏକ ଲୋମଟାଙ୍କୁରା ହତ୍ୟାର ଖବର । ତାମିଲନାଡୁ ବେଲ୍ଲୋର ଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଛି । ସବୁଠାରୁ ଅଶ୍ଚର୍ଯ୍ୟ କରିଦେବା କଥା ଏହା କି, ଶହ ଶହ ଲୋକଙ୍କ ସାମ୍ନାରେ ସ୍ୱାମୀ ଜଣଙ୍କ ତାର ସ୍ତ୍ରୀକୁ ଛୁରୀରେ ଥରକୁ ଥର ଆକ୍ରମଣ କରୁଥିଲେ ବି କେହି ତାଙ୍କୁ ଅଟକାଇ ନଥିଲେ । ସେପଟେ ଛୁରୀମାଡରେ ସ୍ତ୍ରୀ ଜଣଙ୍କ ମରିଯିବା ପରେ ସ୍ୱାମୀ ଜଣଙ୍କ ଆରାମରେ ସେଠାରୁ ଫେରାର ହୋଇଯାଇଥିଲା । ଏସବୁ ଘଟଣା ଏକ ସିସିଟିିଭି କ୍ୟାମେରାରେ କଏଦ ହୋଇଛି । ଏବେ ପୋଲିସ ଘଟଣା ବାବଦରେ ଯାଂଚ କରୁଛି ।

Advertisment

ସୂଚନା ମୁତାବକ ପୁନିତା ନାମକ ଜଣେ ମହିଳା ଜୋତା ତିଆରି ହେଉଥିବା କାରଖାନାରେ କାମ କରନ୍ତି । ସୋମବାର ରାତିରେ ସେ କାମସାରି ଘରକୁ ଫେରୁଥିଲେ । ଏହି ସମୟରେ ତାଙ୍କ ସ୍ୱାମୀ ଜୟଶଂକରଙ୍କ ସହ ତାଙ୍କର ରାସ୍ତାରେ ଭେଟ ହୋଇଥିଲା । କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାପରେ ଜୟଶଂକର ପୁନିତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ପୁନିତା ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ବି ଜୟଶଂକର ପୁନିତାଙ୍କୁ ଛୁରୀରେ ୭ଥର ଭୂଷି ଦେଇଥିଲେ । ଏହାପରେ ପୁନିତା ସଡକ ଉପରେ ପଡିଯାଇଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା ।

ଏସବୁ ଦୃଶ୍ୟ ରାସ୍ତାରେ ଯାଉଥିବା ଲୋକମାନେ ଠିଆ ହୋଇ ଦେଖୁଥିଲେ ବି କେହି ପ୍ରତିବାଦ କରିନଥିଲେ । ଏହି ସୁଯୋଗରେ ଜୟଶଂକର ଫେରାର ହୋଇଯାଇଥିଲା । ହେଲେ ଏନେଇ ପୋଲିସ ଯାଂଚ ଆରମ୍ଭ କରିବା ସହ ପୁନିତାଙ୍କ ସ୍ୱାମୀ ଜୟଶଂକରକୁ ଗିରଫ କରିଛି ।