କନକ ବ୍ୟୁରୋ : ଟ୍ରକ-ବସ୍ ମୁହାଁମୁହିଁ ଧକ୍କା, ୨୦ ମୃତ । ୫ମହିଳାଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ । ଆହତଙ୍କୁ ମେଡିକାଲରେ ଭର୍ତ୍ତି , ବସରେ ଥିଲେ ୪୫ ଯାତ୍ରୀ । ତାମିଲନାଡୁ କୋଏମ୍ବାଟୁରରେ ମର୍ମନ୍ତୁଦ ଦୁର୍ଘଟଣା । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ପ୍ରତ୍ୟୁଷରେ ତାମିଲନାଡୁର କୋଇମ୍ବାଟୁର୍ ଠାରେ ଏକ ଭୟାବହ ବସ୍ ଦୁର୍ଘଟଣାରେ ୨୦ ଜଣରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବସ୍ଟି କେରଳ ରାଜ୍ୟ ସଡ଼କ ପରିବହନ ନିଗମର। ଏହି ବସ୍ଟି କୋଇମ୍ବାଟୁର୍ ଠାରେ ଏକ କଣ୍ଟେନର୍ ଟ୍ରକ୍ ସହ ଧକ୍କା ଖାଇଥିଲା।
ଫଳରେ ଅନେକ ଯାତ୍ରୀ ସାଙ୍ଘାତିକ ଆହତ ହୋଇଥିଲେ। କିନ୍ତୁ, ଏହି ଦୁର୍ଘଟଣାରେ କେତେ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। କେରଳ ରାଜ୍ୟ ସରକାରଙ୍କର ଏହି ଭୋଲ୍ଭୋ ବସ୍ଟି ଏର୍ଣ୍ଣାକୁଲମ୍ରୁ ବେଙ୍ଗାଲୁରୁ ଯିବା ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/road-accident-.jpg)