ତାମିଲନାଡୁ ବିଜେପି ପ୍ରଦେଶ ଅଧ୍ୟକ୍ଷଙ୍କ ବିରୋଧରେ ମାନହାନୀ ମକଦ୍ଦମା ରୁଜୁ, ସିଏମ ଏମକେ ଷ୍ଟାଲିନଙ୍କୁ ବଦନାମ କରିବାର ଅଭିଯୋଗ ।

157

କନକ ବ୍ୟୁରୋ : ତାମିଲନାଡୁ ସରକାର ପ୍ରଦେଶର ବିଜେପି ଅଧ୍ୟକ୍ଷ କେ ଆନ୍ନମଲାଇଙ୍କ ବିରୋଧରେ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି । ତାଙ୍କ ବିରୋଧରେ ଡିଏମକେ ଫାଇଲ ଜରିଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ବଦନାମ କରିବାର ଅଭିଯୋଗ ଲାଗିଛି । ଆନ୍ନାମଲାଇ ନିକଟରେ ଅଭିଯୋଗ ଲଗାଇ କହିଥିଲେ ଯେ ୨୦୧୧ରେ ଚେନ୍ନାଇ ମେଟ୍ରୋ କାମକୁ ଠିକରେ କରିବା ପାଇଁ ଏମ କେ ଷ୍ଟାଲିନଙ୍କୁ ୨୦୦ କୋଟି ଟଙ୍କା ଦିଆଯାଇଥିଲା ।

ଏହା ସହ ସେ ଦାବି କରିଥିଲେ ଯେ, ଷ୍ଟାଲିନଙ୍କ ଦଳର ଆଉ ଡିଏମକେ ନେତାଙ୍କ ପାଖରେ ୧.୩୪ କୋଟି ଟଙ୍କା ରହିଛି । ଏହି ଟଙ୍କାକୁ ଦୁର୍ନୀତି ଜରିଆରେ ରୋଜଗାର କରାଯାଇଛି । ସେ ଅଭିଯୋଗ ଲଗାଇଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ପରିବାରର ସଦସ୍ୟ ଦୁବାଇରେ ସେହି କମ୍ପାନୀର ନିର୍ଦ୍ଦେଶକ ଥିଲେ ଯେଉଁ କମ୍ପାନୀ ତାମିଲନାଡୁରେ ନିବେଶ କରୁଥିଲା ।

ବିଜେପି ପକ୍ଷରୁ କୁହାଯାଇଛି ଯେ ଆନ୍ନାମଲାଇ କୋର୍ଟରେ ଏହି ମାମଲାକୁ ନେଇ ଲଢେଇ କରିବେ । ଏହା ପୂର୍ବରୁ ଡିଏମକେ ମଧ୍ୟ ତାଙ୍କୁ ନୋଟିସ ଜାରିକରିଛି । ତେବେ ଆନ୍ନାମଲାଇ କ୍ଷମାମାଗିବାକୁ ସଫାସଫା ମନା କରିଥିଲେ । ତାମିଲନାଡୁ ପ୍ରଦେଶ ବିଜେପିର ଅଧ୍ୟକ୍ଷ ଅପ୍ରେଲ ୧୪ ତାରିଖରେ ଏକ ଲମ୍ବା ତାଲିକା ଜାରିକରିଥିଲେ । ଏଥିରେ ୧.୩୪ ଲକ୍ଷ କୋଟିର ସମ୍ପତ୍ତି ଥିବା ନେଇ ଦର୍ଶାଯାଇଥିଲା । ସେ ଦାବି କରିଥିଲେ ଯେ ଏହି ସମ୍ପତ୍ତି ଡିଏମକେର ପ୍ରମୁଖ ନେତାଙ୍କ ପାଖରେ ରହିଛି ।