ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସୁନ୍ଦରରାଜନ । ତାମିଲନାଡୁରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ।

192

କନକ ବ୍ୟୁରୋ : ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ତାମିଲସାଇ ସୁନ୍ଦରରାଜନ । ତେଲେଙ୍ଗାନା ସମେତ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ ସୁନ୍ଦରରାଜନ । ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ପୁଣିଥରେ ତାଙ୍କୁ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳିପାରେ । ଚଳିତ ସାଧାରଣ ନିର୍ବାଚନରେ ସୁନ୍ଦରରାଜନଙ୍କୁ ତାମିଲନାଡୁରୁ ବିଜେପି ପ୍ରାର୍ଥୀ ଭାବେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଏହାପୂର୍ବରୁ ସୁନ୍ଦରରାଜନ ତାମିଲନାଡୁ ବିଜେପିର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ୨୦୧୯ ପର୍ଯ୍ୟନ୍ତ ତାମିଲନାଡୁରେ ବିଜେପିର ମଙ୍ଗ ଧରିଥିଲେ ସୁନ୍ଦରରାଜନ । ତେବେ ରାଜ୍ୟପାଳ ହେବା ପୂର୍ବରୁ ସୁନ୍ଦରରାଜନ ଦୁଇ ଦଶନ୍ଧି ଧରି ବିଜେପିରେ କାର୍ଯ୍ୟ କରି ଆସୁଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ସୁନ୍ଦରରାଜନ ନିର୍ବାଚନ ଲଢିପାରନ୍ତି । ବିଜେପି ପକ୍ଷରୁ ଆସିବାକୁ ଥିବା ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସୁନ୍ଦରରାଜନଙ୍କ ନାଁ ଆସିପାରେ ।

ପ୍ରଭାବଶାଳୀ ନାଗର ସମୁଦାୟରୁ ଆସୁଥିବା ସୁନ୍ଦରରାଜନ ୨୦୧୯ରେ ନିର୍ବାଚନ ଲଢିଥିଲେ । କିନ୍ତୁ ବଡ ବ୍ୟବଧାନରେ ପରାଜିତ ହୋଇଥିଲେ । ପରେ ତାଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା । ଏବେ ପୁଣିଥରେ ସକ୍ରିୟ ରାଜନୀତିକୁ ଓହ୍ଲାଇବାକୁ ରାଜ୍ୟପାଳ ପଦରୁ ସୁନ୍ଦରରାଜନ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି ।