ରାଜ୍ୟପାଳ ପଦରୁ ଇସ୍ତଫା ଦେବାର ୨ ଦିନ ପରେ ବିଜେପିରେ ସାମିଲ ହେଲେ ତାମିଲସାଇ ସୁନ୍ଦରରାଜନ, ବିଜେପି ଟିକେଟରୁ ଲଢିପାରନ୍ତି ଲୋକସଭା ନିର୍ବାଚନ

ରାଜ୍ୟପାଳ ପଦରୁ ଇସ୍ତଫା ଦେବାର ୨ ଦିନ ପରେ ବିଜେପିରେ ସାମିଲ ହେଲେ ତାମିଲସାଇ ସୁନ୍ଦରରାଜନ, ବିଜେପି ଟିକେଟରୁ ଲଢିପାରନ୍ତି ଲୋକସଭା ନିର୍ବାଚନ

କନକ ବ୍ୟୁରୋ : ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ବିଜେପିରେ ଯୋଗ ଦେଇଛନ୍ତି । ସେ ଦୁଇଦିନ ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ।

ତାମିଲ ସାଇ ବିଜେପିରେ ଯୋଗ ଦେବା ପରେ କହିଛନ୍ତି କି, ମୁଁ ନିର୍ବାଚନ ଲଢିବାକୁ ଚାହୁଁଛି ଓ ମୋର ଏହି ଇଚ୍ଛା ବାବଦରେ ମୁଁ ପାର୍ଟିକୁ ଜଣାଇ ଦେଇଛି । ରାଜ୍ୟପାଳ ପଦରୁ ଇସ୍ତଫା ଦେବା ଏକ କଠିନ ନିଷ୍ପତ୍ତି ଓ ସିଧାସଳଖ ନିର୍ବାଚନରେ ପ୍ରାର୍ଥୀ ହେବା ଏକ ସଠିକ୍ ନିଷ୍ପତ୍ତି ବୋଲି ସେ କହିଛନ୍ତି ।

ତାମିଲ ସାଇ କହିଛନ୍ତି କି, ସେ କେଉଁ ଆସନରୁ ଲୋକସଭା ନିର୍ବାଚନ ଲଢିବେ ତାହା ଦଳର ହାଇକମାଣ୍ଡ ସ୍ଥିର କରିବେ । ମୋତେ ଲୋକଙ୍କର ସେବା କରିବାକୁ ଭଲ ଲାଗୁଥିବାରୁ ମୁଁ ରାଜ୍ୟପାଳ ପଦ ଛାଡିଛି, ମୁଁ ପ୍ରଧାନମନ୍ତ୍ରୀଙ୍କ ଭଳି ଲୋକଙ୍କ ସହ ଯୋଡି ହେବାକୁ ଚାହୁଁଛି ବୋଲି ସେ କହିଛନ୍ତି ।

୬୩ ବର୍ଷିୟା ସୁନ୍ଦରରାଜନ ପେଶାରେ ଜଣେ ଡାକ୍ତର । ସେ ୧୯୬୧ ମସିହାରେ ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କେ. ଅନନ୍ତମ ତାମିଲନାଡୁ କଂଗ୍ରେସର ଜଣେ ବରିଷ୍ଠ ନେତା ସହ ସାଂସଦ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe