କନକ ବ୍ୟୁରୋ: ମାତିଛନ୍ତି ତାମିଲ୍ ଚୋର ଗ୍ୟାଙ୍ଗ । ମୁକ, ବଧିର ସାଜି କରୁଛନ୍ତି ଚୋରି । ୨ ଚୋରକୁ ଗିରଫ କଲା ଝାରସୁଗୁଡା ପୁଲିସ । ଚୋର ଦୁହେଁ ତାମିଲନାଡୁର ବୋଲି କହିଛନ୍ତି । ଅଭିଯୁକ୍ତମାନଙ୍କ ନିକଟରୁ ୨ଟି ଲାପଟପ୍ ଏବଂ ୨୨ ଟି ମୋବାଇଲ ଜବତ ହୋଇଛି। ମୁକ, ବଧିର ସାର୍ଟିଫିକେଟ୍ ଦେଖାଇ ଲୋକଙ୍କ ବିଶ୍ୱାସଭାଜନ ହେବା ପରେ ଘରେ କଳାକନା ବୁଲାଉଥିଲେ ଅଭିଯୁକ୍ତ । ଗତ ୨୮ ତାରିଖରେ ଝାରସୁଗୁଡାର ଜଣଙ୍କ ଘରୁ ଚୋରି ହେବା ପରେ ଝାରସୁଗୁଡା ଟାଉନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ତଦନ୍ତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ।
ମାତିଛନ୍ତି ତାମିଲ୍ ଚୋର ଗ୍ୟାଙ୍ଗ । ମୁକ, ବଧିର ସାଜି କରୁଛନ୍ତି ଚୋରି ।
/kanak/media/post_attachments/wp-content/uploads/2024/07/360_F_602527620_kCy96hFkMrzCfMSmXAUcIsIPPyiRNQ5o.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)