କନକ ବ୍ୟୁରୋ: ମୁଁ ଏଲଟିଟିଇ ପ୍ରମୁଖ ଭେଲୁପିୁଲ୍ଲାଇ ପ୍ରଭାକରନଙ୍କ ବାବଦରେ କିଛି ସତ କହିବାକୁ ଚାହୁଁଛି । ସେ ଜୀବିତ ଅଛନ୍ତି ଏବଂ ପୂରା ଠିକ୍ ଅଛନ୍ତି । ଆମର ବିଶ୍ୱାସ ରହିଛି ଯେ ତାଙ୍କ ମୃତ୍ୟୁ ନେଇ ହେଉଥିବା ସମସ୍ତ ମିଛ ପ୍ରଚାର ବନ୍ଦ ହେଉ । କିିଛି ଏଭଳି ଦାବି କରିଛନ୍ତି ୱାର୍ଲଡ ତାମିଲ ଫେଡେରେସନର ଅଧ୍ୟକ୍ଷ ପାଝା ନେଦୁମାରନ । ତାମିଲନାଡୁ ତଞ୍ଜାବୁର ପାଖରେ ବିଲାରର ମୁଲିବେକାଲ ମେମୋରିଆଲ ୟାର୍ଡରେ ପ୍ରେସମିଟ କରି ଏଭଳି ତଥ୍ୟ ରଖିଛନ୍ତି ସେ । ସେ କହିଛନ୍ତି ପ୍ରଭାକରନ ଶୀଘ୍ର ତାମିଲ ଜାତିର ମୁକ୍ତି ପାଇଁ ଯୋଜନା ଘୋଷଣା କରିବେ । ବିଶ୍ୱର ସମସ୍ତ ତାମିଲ ମିଳିତ ଭାବେ ତାଙ୍କୁ ସମର୍ଥନ କରିବା ଦରକାର । ରିପୋର୍ଟ ଅନୁସାରେ ୨୦୦୯ ମେ ୧୮ତାରିଖରେ ପ୍ରଭାକରନର ମୃତ୍ୟୁ ହୋଇସାରିଛି ।
ମୃତ୍ୟୁ ପୂର୍ବରୁ ଶ୍ରୀଲଙ୍କା ସେନା ତାଙ୍କୁ ଚାରିପଟୁ ଘେରିନେଇଥିଲା । ଏହା ପରେ ୩ ଶହ ଏଲଟିଟିଇର ସମର୍ଥକଙ୍କ ସହ ମିଶି ଆତ୍ମହତ୍ୟା କରିଥିଲା ଆଉ କିଛି ରିପୋର୍ଟରେ କୁହାଯାଇଛି ଯେ ଶ୍ରୀଲଙ୍କା ସେନାର ଗୁଳିରେ ସେ ପ୍ରାଣ ହରାଇଥିଲା । ବର୍ତ୍ତମା ପାଝା ନେଦୁମାରନଙ୍କ ଏଭଳି ବୟାନ ପରେ ବିବାଦ ଆରମ୍ଭ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/velupillai-prabhakaran647081516010020-1-1151571-1665160203-1190703-1676273172.jpg)