ତାମିଲନାଡୁର ତିରୁଚିରାପଲ୍ଲୀ ଜିଲ୍ଲା ସ୍ଥିିତ ନାଦୁକଟ୍ଟୁପଟ୍ଟୀ ଅଞ୍ଚଳରେ ଶୁକ୍ରବାର ୨୫ ଫୁଟ୍ ଗଭୀର ଗାତ ଭିତରକୁ ଜଣେ ୨ ବର୍ଷର ଶିଶୁ ଗଳିପଡିଥିଲା । ଶିଶୁଟିର ନାଁ ସୁଜିତ୍ ୱିଲସନ୍ ବୋଲି ଜଣାପଡିଛି । ଘଟଣାର ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ଉକ୍ତ ସ୍ଥାନରେ ପହଁଞ୍ôଚ ବୋରୱେଲ୍ କୁ ଲାଗିଥିବା ମାଟିକୁ ବୁଲ୍ଡୋଜର୍ ସାହାଯ୍ୟରେ ଖୋଳି ଏକ ସୁଡଙ୍ଗ ପ୍ରସ୍ତୁତ କଲେ ।
ଶୁକ୍ରବାର ପାଖାପାଖି ସାଢେ ୫ ଟାରେ ଘର ପାଖରେ ଖେଳୁଥିବା ସମୟରେ ପିଲାଟି ଅଚାନକ ବୋରୱେଲ୍ ଭିତରେ ପଡିଯାଇଥିଲା । ଡାକ୍ତରୀ ଦଳ ଉପରୁ ରହି ବୋରୱେଲ୍ ଭିତରକୁ ଗଳିପଡିଥିବା ସୁଜିତ୍ କୁ ଅମ୍ଳଜାନ ଯୋଗାଇ ଦେଉଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟବାକର , ପର୍ଯ୍ୟଟନ ମନ୍ତ୍ରୀ ନଟରାଜନ୍ , ଜିଲ୍ଲାପାଳ ଶିବରସୁ ଏବଂ ଏସପି ଜିୟାଉଲ୍ ହକ୍ ଘଟଣା ସ୍ଥଳରେ ଉପସ୍ଥିତ ରହି ସୁଜିତ୍ କୁ ଶୀଘ୍ର ବୋରୱେଲରୁ ବାହାରକୁ କାଢିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।
Follow Us
/kanak/media/post_attachments/wp-content/uploads/2019/10/image-2-300x169.jpg)