ତାମିଲନାଡୁରେ ଅଭାବନୀୟ ଘଟଣା, ଛେଳି ଚୋର ମିଶି ସବ୍-ଇନସ୍ପେକ୍ଟରଙ୍କୁ କରିଦେଲେ ହତ୍ୟା

245

କନକ ବ୍ୟୁରୋ : ତାମିଲନାଡୁୁର ଛେଳି ଚୋରମାନେ ଜଣେ ସବ୍-ଇନସ୍ପେକ୍ଟରଙ୍କୁ ହତ୍ୟା କରିଦେଇଛନ୍ତି । ଏହି ପୋଲିସ ଅଧିକାରୀଙ୍କ ହତ୍ୟା ପରେ ତାମିଲନାଡୁ ସରକାର ଆକ୍ସନ ମୋଡରେ ଅଛନ୍ତି । ତାମିଲନାଡୁ ପୋଲିସ ଅପରାଧୀଙ୍କୁ ଧରିବାକୁ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଏହାସହ ମୃତ ପୋଲିସ କର୍ମୀଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରୀ ଓ ପରିବାରକୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାର୍ଲିନ୍ ।

ସୂଚନା ମୁତାବକ ବୁମିନାଥନ୍ ନବଲପଡ୍ଡୁ ଥାନାରେ ସବ-ଇନସ୍ପେକ୍ଟର ଭାବେ କାମ କରୁଥିଲେ । ସେ ଶନିବାର ରାତିରେ ପାଟ୍ରୋଲିଂରେ ବାହାରିଥିବା ବେଳେ ଏକ ମୋଟରସାଇକେଲରେ ୨ ଜଣ ଯୁବକ ଗୋଟିଏ ଛେଳିକୁ ଚୋରୀ କରିନେଉଥିବାର ଦେଖିଥିଲେ । ଏହାଦେଖି ବୁମିନାଥନ ତାଙ୍କ ପିଛା କରିଥିଲେ ।

ବୁମିନାଥନ କିଛିବାଟ ତାଙ୍କୁ ପିଛା କରିବା ପରେ ଯେତେବେଳେ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ଅପରାଧୀମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବୁମିନାଥନଙ୍କର ମୃତ୍ୟୁ ହୋଇଥିଲା ଓ ଅପରାଧୀମାନେ ତାଙ୍କ ଶବକୁ ଏକ ନିଛାଟିଆ ସ୍ଥାନରେ ପକାଇ ପଳାଇ ଯାଇଥିଲେ । ସକାଳେ ସ୍ଥାନୀୟ ଲୋକ ବୁମିନାଥନଙ୍କ ଶବ ଦେଖି ଥାନାକୁ ସୂଚନା ଦେଇଥିଲେ ।

ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ତାଙ୍କୁ ମେଡିକାଲ ଆଣିଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଷ୍ଟାର୍ଲିନ ସରକାର ଆକ୍ସନ ମୋଡକୁ ଆସିଛନ୍ତି । ତୁରନ୍ତ ଅପରାଧୀମାନଙ୍କୁ ଧରିବାକୁ ୪ ଟି ସ୍ୱତନ୍ତ୍ର ଟିମ୍ ଗଠନ କରିବା ସହ ମୃତ ପୋଲିସଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।