ବିଜେପିରେ ବଢୁଛି ସଙ୍କଟ, ତାମିଲନାଡୁରେ ଦଳ ଛାଡିଲେ ଆଉ ୧୩ ନେତା।

176

କନକ ବ୍ୟୁରୋ: ତାମିଲନାଡୁରେ ନିଜର ସ୍ଥିତିକୁ ମଜବୁତ କରିବା ପାଇଁ ଉଦ୍ୟମ ଜାରିରଖିଥିବା ବିଜେପିକୁ ଝଟକା ପରେ ଝଟକା ଲାଗିଚାଲିଛି । ଦଳର ରାଜ୍ୟ ଆଇଟି ୱିଙ୍ଗ ଅଧ୍ୟକ୍ଷଙ୍କ ସମେତ ୫ନେତା ଦଳ ଛାଡିଥିଲେ । ଏହାର କିଛି ଦିନ ପରେ ଆଉ ୧୩ ଜଣ ନେତା ଦଳ ଛାଡି ଏଆଇଏଡିଏମକରେ ସାମିଲ ହୋଇଛନ୍ତି । ତୁତିକୋରିନରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଏଆଇଏଡିଏମକେ ମୁଖ୍ୟ ଇ ପଲାନିସ୍ୱାମୀଙ୍କ ଉପରେ ମେଣ୍ଟ ସରକାରର ଚୁକ୍ତି ଉଲ୍ଲଘଂନର ଅଭିଯୋଗ ଲଗାଯାଇଛି । ତାଙ୍କ ଫଟୋ ମଧ୍ୟ ଜଳାଇଛନ୍ତି ବିଜେପି କର୍ମକର୍ତ୍ତା । ଶୁଣିବାକୁ ମିଳୁଛି ଯେ ବିଜେପି ଏବଂ ଏଆଇଏଡିଏମକେ ମଧ୍ୟରେ ସମ୍ବନ୍ଧ ସବୁଠାରୁ କଠିନସ୍ଥିତି ଦେଇ ଗତିକରୁଛି ।

ଗତ ସପ୍ତାହରେ ବିଜେପିର ରାଜ୍ୟ ଆଇଟି ୱିଙ୍ଗର ଅଧ୍ୟକ୍ଷ ସିଆରଟି ନିର୍ମଳ କୁମାରଙ୍କ ସମେତ ୫ ନେତା ଏଆଇଏଡିଏମକେରେ ସାମିଲ ହୋଇଥିଲେ । ଏହାର କିଛି ଦିନ ପରେ ବୁଧବାର ବିଜେପିର ୧୩ ଅନ୍ୟ ସଦସ୍ୟ ତାଙ୍କ ସମର୍ଥନରେ ଦଳ ଛାଡିଦେଇଛନ୍ତି । ନିର୍ମଳ ଅଭିଯୋଗ କରିଛନ୍ତି ଯେ ଆନ୍ନମଲାଇ ଡିଏମକେର ଜଣେ ମନ୍ତ୍ରୀଙ୍କ ସହ ଗୁପ୍ତ ଚୁକ୍ତି କରିଛନ୍ତି । ଏହା ପରେ ସେ ଦଳ ଛାଡି ଏଆଇଏଡିଏମକେରେ ସାମିଲ ହୋଇଯାଇଛନ୍ତି ।