କନକ ବ୍ୟୁରୋ :ତାମିଲନାଡୁ ବିଧାନସଭାରେ ଦେଖିବାକୁ ମିଳିଛି ଅଭାବନୀୟ ପରିସ୍ଥିତି । ବିଧାନସଭା ଛାଡି ପଳାଇଲେ ରାଜ୍ୟପାଳ ଆର ଏନ୍ ରବି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣ ଅବିକଳ ନପଢି ରାଜ୍ୟପାଳ ମଝି ମଝିରେ କିଛି ଅଂଶ ଛାଡି ଦେଇଥିଲେ । ଏହାକୁ ବିରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ । ତାମିଲ ଭାଷାରେ ଲିଖିତ ମୂଳ ଭାଷଣଟିକୁ ରେକର୍ଡରେ ରଖିବା ପାଇଁ ଦାବି କରି ପ୍ରସ୍ତାବ ଆଗତ କରିଥିଲେ ।

Advertisment

ଏଥିରେ କ୍ଷୁବ୍ଧ ହୋଇ ରାଜ୍ୟପାଳ ବିଧାନସଭା ଛାଡି ବାହାରକୁ ଚାଲିଯାଇଥିଲେ । ଏପରିକି ଜାତୀୟ ସଙ୍ଗୀତ ପାଇଁ ମଧ୍ୟ ଅପେକ୍ଷା କରିନଥିଲେ । ରାଜ୍ୟପାଳ ୫୦ ମିନିଟ୍ ଧରି ଭାଷଣ ଦେଇଥିଲେ, ଯାହାକି ତାମିଲ ଭାଷାରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଓ ଅନୁମୋଦିତ ଭାଷଣର ଇଂରାଜୀ ଅନୁବାଦ । ଏଥରୁ କିଛି ଅଂଶ ପଢିନଥିଲେ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ କହିଥିଲେ କି ରାଜ୍ୟପାଳ ଲିଖିତ ଭାଷଣର ୧୨ ନମ୍ବର ପଏଣ୍ଟର କିଛି ଅଂଶ ପଢିନାହାନ୍ତି ।

ରାଜ୍ୟ ସରକାର ଆଇନଶୃଙ୍ଖଳା ରକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଯେକୌଣସି ପ୍ରକାର ହିଂସାକାଣ୍ଡରୁ ସମ୍ପୂର୍ଣ୍ଣ ମୁକ୍ତ ବୋଲି ଏଥିରେ ଲେଖାଥିବା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାର କିପରି ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀର ମୁକାବିଲା କରିଛନ୍ତି ତାର ପ୍ରଶଂସା କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।