ଷ୍ଟାଲିନ ସରକାରରେ ମନ୍ତ୍ରୀଥିବା ବି ସେନ୍ଥିଲ ବାଲାଜୀଙ୍କୁ ରାଜ୍ୟପାଳ କଲେ ବରଖାସ୍ତ, ଇଡି କରିଥିଲା ଗିରଫ

255

କନକ ବ୍ୟୁରୋ : ତାମିଲନାଡୁରେ ପୁଣି ଆରମ୍ଭ ହେଲା ସରକାର ଓ ରାଜ୍ୟପାଳ ମଧ୍ୟରେ ବିବାଦ । ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଷ୍ଟାଲିନ ସରକାରର ମନ୍ତ୍ରୀ ବି ସେନ୍ଥିଲ ବାଲାଜୀଙ୍କୁ ରାଜ୍ୟପାଳ ଆର.ଏନ ରବି ତତ୍କାଳ ପ୍ରଭାବରେ ବରଖାସ୍ତ କରିଛନ୍ତି । ତାମିଲନାଡୁ ରାଜଭବନ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି କି ମନ୍ତ୍ରୀ ବି ସେନ୍ଥିଲ ବାଲାଜୀ ଟଙ୍କା ବଦଳରେ ଚାକିରି ମାମଲା ସହିତ ଅନ୍ୟ ଦୁର୍ନୀତି ମାମଲାରେ ଜଡିତ ଥିବାରୁ ତାଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ଏହି କାରଣରୁ ରାଜ୍ୟପାଳ ତାଙ୍କୁ ତତ୍କାଳ ପ୍ରଭାବରେ ବରଖାସ୍ତ କରିଛନ୍ତି ।
ବୟାନରେ ଆହୁରି କୁହାଯାଇଛି କି ମନ୍ତ୍ରୀ ବି ସେନ୍ଥିଲ ବାଲାଜୀ ଜଣେ ମନ୍ତ୍ରୀଭାବେ ତାଙ୍କ ପଦର ଦୁରୋପଯୋଗ କରିଛନ୍ତି । ସେ ମନ୍ତ୍ରୀପଦରେ ରହିଲେ ଯାଂଚରେ ପ୍ରଭାବ ପଡିବ ବୋଲି ଆଶଂକା କରାଯାଇ ତାଙ୍କୁ ମନ୍ତ୍ରୀପଦରୁ ବରଖାସ୍ତ କରାଯାଇଛି ।