ତାମିଲନାଡୁର ତିରୁଚିରାପଲ୍ଲୀ ଜିଲ୍ଲା ସ୍ଥିିତ ନାଦୁକଟ୍ଟୁପଟ୍ଟୀ ଅଞ୍ଚଳରେ ଶୁକ୍ରବାର ୨୫ ଫୁଟ୍ ଗଭୀର ଗାତ ଭିତରକୁ ଜଣେ ୨ ବର୍ଷର ଶିଶୁ ଗଳିପଡିଥିଲା । ଶିଶୁଟିର ନାଁ ସୁଜିତ୍ ୱିଲସନ୍ ବୋଲି ଜଣାପଡିଥିଲା । ଘଟଣାର ସୂଚନା ମିଳିବା ମାତ୍ରେ ଉଦ୍ଧାରକାରୀ ଦଳ ଉକ୍ତ ସ୍ଥାନରେ ପହଁଚିଂ ବୋରୱେଲ୍ କୁ ଲାଗିଥିବା ମାଟିକୁ ବୁଲ୍ଡୋଜର୍ ସାହାଯ୍ୟରେ ଖୋଳି ଏକ ସୁଡଙ୍ଗ ପ୍ରସ୍ତୁତ କରି ଶିଶୁଟିକୁ ବାହାରକୁ ବାହାର କରିବା ପାଇଁ ଉଦ୍ୟମ କରିଥିଲେ । ତେବେ ମିଳିଥିବା ତାଜା ସୂଚନାରେ ୨୫ ଅକ୍ଟୋବର ଅର୍ଥାତ୍ ଶୁକ୍ରବାର ସନ୍ଧ୍ୟା ସାଢେ ୫ ରୁ ବୋରୱେଲ୍ ଭିତରକୁ ଗଳି ପଡିଥିବା ଏହି ଶିଶୁଟିର ଉଦ୍ଧାର ଅଭିଯାନ ରବିବାର ପର୍ଯ୍ୟନ୍ତ ଚାଲୁ ରହିଛି । ଉଦ୍ଧାର ଅଭିଯାନ ଚାଲିଥିବା ସମୟରେ ଦୁର୍ଭାଗ୍ୟବଶତଃ ପିଲାଟି ବାହାରକୁ କ’ଣ ବାହାରିବ ଆହୁରି ତଳକୁ ଖସି ଯାଇଥିଲା ।
Tamil Nadu: Boring machine has reached at the spot and efforts are underway to rescue a 2-yr-old boy who fell in a 25-ft deep borewell in Nadukattupatti of Tiruchirappalli Dist on 25th Oct. Yesterday, the boy fell further down the borewell,currently stuck at 100 ft.(file pic) pic.twitter.com/r9UohGK2DO
— ANI (@ANI) October 27, 2019
ଶୁକ୍ରବାର ପାଖାପାଖି ସାଢେ ୫ ଟାରେ ଘର ପାଖରେ ଖେଳୁଥିବା ସମୟରେ ପିଲାଟି ଅଚାନକ ୩୫ ଫୁଟ୍ ବୋରୱେଲ୍ ଭିତରେ ପଡିଯାଇଥିଲା । କିନ୍ତୁ ଗତକାଲି ସନ୍ଧ୍ୟା ବେଳେ ପିଲାଟି ୭୦ ଫୁଟ୍ ଭିତରକୁ ଚାଲିଯାଇଥିଲା । ଡାକ୍ତରୀ ଦଳ ଉପରୁ ରହି ବୋରୱେଲ୍ ଭିତରକୁ ଗଳିପଡିଥିବା ସୁଜିତ୍ କୁ ଅମ୍ଳଜାନ ଯୋଗାଇ ଦେଉଛନ୍ତି । ବର୍ତ୍ତମାନ ପିଲାଟି ଆହୁରି ୧୦୦ ଫୁଟ୍ ତଳକୁ ଖସିଯାଇଛି । ପିଲାଟିକୁ ବଂଚାଇବା ପାଇଁ ବୋରିଙ୍ଗ୍ ମେସିନ୍ କୁ ଡକାଯାଇଛି । ଅଧିକାରୀଙ୍କ କହିବା ମୁତାବକ , ଉଦ୍ଧାର ଅଭିଯାନରେ ୬ ଟି ଟିମ୍ ସାମିଲ ହୋଇଛନ୍ତି । ପ୍ରଥମେ ଆମେ ପିଲାଟିକୁ କାନ୍ଦିବାର ଶୁଣିବାକୁ ପାଉଥିଲୁ କିନ୍ତୁ ଏବେ ଆଉ କାନ୍ଦ ଶୁଣାଯାଇପାରୁନାହିଁ । କିନ୍ତୁ ପିଲାଟି ନିଶ୍ୱାସ ପ୍ରଶ୍ୱାସ ନେଉଥିବାରୁ ସୁରକ୍ଷିତ ଥିବା କଥା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/sssssssss.png)
/kanak/media/post_attachments/wp-content/uploads/2019/10/Sujith-300x208.jpg)