ପରିବାର ଇଚ୍ଛା ବିରୋଧରେ ବିବାହ କରିଥିଲେ ବୋଲି ନବଦମ୍ପତ୍ତିଙ୍କୁ ନିର୍ମମ ହତ୍ୟା । ୬ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ ।

Advertisment
ପରିବାର ଇଚ୍ଛା ବିରୋଧରେ ବିବାହ କରିଥିଲେ ବୋଲି ନବଦମ୍ପତ୍ତିଙ୍କୁ ନିର୍ମମ ହତ୍ୟା । ୬ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ ।

କନକ ବ୍ୟୁରୋ: ପରିବାର ଲୋକଙ୍କ ଅନିଚ୍ଛା ସତ୍ତେ୍ୱ ୩ ଦିନ ତଳେ ଘରୁ ପଳାଇଯାଇ ବିବାହ କରିଥିବା ନବଦମ୍ପତିଙ୍କୁ ତାମିଲନାଡୁର ତୂତୁକୁଡ଼ି ସହର ନିକଟ ମୁରୁଗେସନ ନଗରରେ ୬ଜଣ ବାଇକ୍‌ ଆରୋହୀ ଦୁର୍ବୃତ୍ତ ହତ୍ୟା କରିଥିବା କଥା ପୁଲିସ କହିଛି।

ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟା ବେଳେ ନିହତ ହୋଇଥିବା ଏହି ନବଦମ୍ପତି ହେଲେ ୨୪ ବର୍ଷିୟ ଭି. ମାରିସେଲ୍‌ୱମ୍‌ ଓ ୨୦ ବର୍ଷୀୟ ଏମ୍‌. କାର୍ତ୍ତିଗା। ଦୁହେଁ ପଛୁଆ ସମ୍ପ୍ରଦାୟ ଏହି ଯୁବକ ଯୁବତୀଙ୍କ ମଧ୍ୟରେ ଗତ ୨ ବର୍ଷ ହେବ ପ୍ରେମ ସମ୍ପର୍କରେ ଥିଲା। କୋବିଲପଟ୍ଟିରୁ ଉଠିଆସିଥିବା ମାରିସେଲ୍‌ୱମ୍‌ ଓ ତାଙ୍କ ପରିବାର ଲୋକେ ସମ୍ପ୍ରତି ମୁରୁଗେସାନ ନଗରରେ ବାସ କରୁଥିଲେ। କାର୍ତ୍ତିଗା ବଡ଼ଲୋକ ଘରର ଝିଅ ହୋଇଥିବା ବେଳେ ମାରିସେଲ୍‌ୱମ୍‌ଙ୍କ ଚଳିବା ସେତେ ଭଲ ନ ଥିଲା।

କାର୍ତ୍ତିଗାଙ୍କ ପିତାମାତାଙ୍କ ତୀବ୍ର ବିରୋଧ ସତ୍ତେ୍ୱ ଦୁହେଁ ଘରୁ ପଳାଇ ଯାଇ ଅକ୍ଟୋବର ୩୦ ତାରିଖ ଦିନ କୋୱିଲପଟ୍ଟି ନିକଟରେ ଥିବା ଏକ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ଦୁହେଁ ଗୁରୁବାର ଦିନ ମୁରୁଗସେନ୍‌କୁ ଫେରି ଆସିଥିଲେ। ଗୁରୁବାର ସନ୍ଧ୍ୟା ପ୍ରାୟ ୬ ବେଳେ ୬ଜଣ ଅଜ୍ଞାତ ଆକ୍ରମଣକାରୀ ୩ଟି ବାଇକ୍‌ରେ ଆସି ନବଦମ୍ପତିଙ୍କ ଘରେ ପଶି ଦୁହିଁଙ୍କୁ କଟୁରିରେ ଅତି ନିର୍ମମ ଭାବେ ହତ୍ୟା କଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ବ୍ୟବଚ୍ଛେଦ କରାଇବା ପାଇଁ ତୂତୁକୁଡ଼ି ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌କୁ ପଠାଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଆତତାୟୀମାନଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe