କନକ ବ୍ୟୁରୋ : ଶବ ସତ୍କାର ପାଇଁ ୮ ହଜାର ଟଙ୍କା ତାମିଲନାଡ଼ୁ ରେଳବାଇ ନେବା ଘଟଣା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ହସ୍ତକ୍ଷେପ କଲେ ଶ୍ରମମନ୍ତ୍ରୀ । ଘଟଣାର ତଦନ୍ତ ପାଇଁ ଦେଲେ ନିର୍ଦ୍ଦେଶ । ଏହା ସହ ତାମିଲନାଡ଼ୁରେ ଥିବା ମୃତ ଦାଦନ ଶ୍ରମିକଙ୍କ ପରିବାରକୁ ପାଖକୁ ପଠାଇଲେ ଆର୍ଥିକ ସହାୟତା । ଏବେ ମୃତ ମନୋରଞ୍ଜନ ନାଏକଙ୍କ ଅନ୍ତିମ ସତ୍କାର କରାଯିବ ।

Advertisment

ଘଟଣାର ସମ୍ପର୍କରେ ଜାଣିବା ପରେ ମୃତ ଦାଦନଙ୍କ ପରିବାରକୁ ଯୋଗାଯୋଗ କରାଯାଇଥିଲା । ଆର୍ଥିକ ସହାୟତା ପଠାଯିବା ସହ ସେଠାରୁ ସେମାନଙ୍କୁ ଆଣିବାକୁ ବ୍ୟବସ୍ଥା କରାଯାଇଛି । ସୁନ୍ଦରଗଡ଼ ଫେରିବା ପରେ ପରିବାର ଲୋକଙ୍କ କରାଯିବ ଲେବର କାର୍ଡ । ଏବଂ ଆର୍ଥିକ ସହାୟତା ମିଳିବା ନେଇ ସୂଚନା ଦେଇଛନ୍ତି ଶ୍ରମମନ୍ତ୍ରୀ । ସୁନ୍ଦରଗଡ ସବଡେଗା ବ୍ଲକ ଫଗୁଆପଡ଼ାର ମନୋରଞ୍ଜନ ନାଏକ ଗତ ୬ତାରିଖରେ ନିଜ ପତ୍ନୀ ମୁନୁମତି ଓ ପୁଅ ବିଶାଳ ସହ ଦାଦନ ଖଟିବାକୁ କୋଏମ୍ବାଟୁରକୁ ଟ୍ରେନରେ ଯାତ୍ରା କରୁଥିଲେ ।

ବାଟରେ ଜୋଲାରପେଟ୍ଟାଇଠାରେ ଟ୍ରେନରୁ ଖସି ମନୋରଞ୍ଜନଙ୍କ ମୃତ୍ୟୁ ହୋଇଗଲା । ଶବ ଫେରାଇ ଆଣିବାକୁ ପତ୍ନୀ ପାଖରେ ସମ୍ବଳ ନଥିଲା । ସେଠାରେ ଶବ ସକ୍ରାର କରିବାକୁ ଚାହୁଁଥିଲେ କିନ୍ତୁ ଏଥିପାଇଁ ଟଙ୍କା ଦାବି କଲା ତାମିଲନାଡ଼ୁ ରେଳବାଇ ପୋଲିସ । ଫଳରେ ଅସହାୟ ମା’ ଓ ପୁଅ ୬ଦିନ ଶବ ସହ ଅଟକ ରହିଥିଲେ ।