କନକ ବ୍ୟୁରୋ : ବିରୋଧୀଦଳ ବୈଠକର ଅଧ୍ୟକ୍ଷତା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ସାମାଜିକ ନ୍ୟାୟ ନାଁରେ ଆୟୋଜିତ ବୈଠକରେ ଅଧିିକାଂଶ ବିରୋଧୀ ଦଳ ନେତା ଭର୍ଚୁଆଲ ମୋଡରେ ସାମିଲ ହୋଇଛନ୍ତି । ସୂଚନା ଅନୁସାରେ ବୈଠକରେ ଜାତିଗଣନା ଉପରେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା କରାଯାଇଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି ଏହି ମଂଚ ହେଉଛି ଦେଶରେ ଏକତା, ଭାଇଚାରା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ମୁଳଦୂଆ । ବୈଠକକୁ ନେଇ ଡିଏମକେ ଏକଥା ମଧ୍ୟ କହିଛି ବୈଠକ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ । ସାମାଜିକ ନ୍ୟାୟ ଆନ୍ଦୋଳନକୁ ଆଗେଇନେବା ପାଇଁ ଏହା ଏକ ପ୍ରୟାସ । ସେହିପରି ଟିଏମସି କହିଛି ଏହାକୁ ଏକ ରାଜନୈତିକ ମଂଚ କହିଲେ କିଛି ଭୁଲ ହେବନି । ଏଥିସହ ବିଜେଡି ଓ ୟାଇଏସଆର କଂଗ୍ରେସ ମଂଚରେ ସାମିଲ ହେବାକୁ ଆହ୍ୱାନ ଦେଇଛି ଟିଏମସି । ଟିଏମସି କହିଛି ୨/୩ଟି ଦଳ ମୋଦି ବିରୋଧରେ ଲଢିବାକୁ ଚାହୁଁନାହାଁନ୍ତି କିନ୍ତୁ ଏବେ ଦୂରେଇ ରହିବା ସମୟ ନୁହେଁ । ବିଜେପି ବିରୋଧରେ ସମସ୍ତ ଦଳକୁ ଏକାଠି ହେବାକୁ ପଡିବ ।

Advertisment

ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଜମ୍ମୁକଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁ୍ଲା, ସମାଜବାର୍ଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ.ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଟିଏମସି ନେତା ଡେରେକ ଓବ୍ରଏନ, ବାମପନ୍ଥି ନେତା ସୀତରାମ ୟେଚୁରୀ,ଡି ରାଜ ଯୋଗ ଦେଇଛନ୍ତି । ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ଏନସିପି ନେତା ଶରଦ ପାୱାର ଯୋଗ ଦେଇଥିଲେ ।