୬୮ ବର୍ଷ ବୟସରେ ଫିଟନେସ ଉପରେ ଫୋକସ । ଜିମରେ ଝାଳ ବୁହାଉଛନ୍ତି ମୁଖ୍ୟମନ୍ତ୍ରୀ ।

421

କନକ ବ୍ୟୁରୋ : ଜିମରେ ମୁଖ୍ୟମନ୍ତ୍ରୀଙ୍କ କସରତ… ସକାଳୁ ସକାଳୁ ବ୍ୟାୟାମ୍ କରୁଛନ୍ତି ମୁଖ୍ୟମନ୍ତ୍ରୀ । ୬୮ ବର୍ଷ ବୟସରେ ଫିଟନେସ ଉପରେ ଫୋକସ । ଜିମରେ ଝାଳ ବୁହାଉଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ଭୂତାଣୁ ସହ ସାରା ବିଶ୍ୱ ଲଢୁଥିବା ବେଳେ, ସ୍ୱାସ୍ଥ୍ୟର ଯତ୍ନ ପାଇଁ ବ୍ୟାୟାମ୍ କରିବାକୁ ପରାମର୍ଶ ଦେଉଛନ୍ତି ଡାକ୍ତର । ଆଉ ଏଥିରେ ପଛରେ ନରହି ୬୮ ବର୍ଷ ବୟସରେ ମଧ୍ୟ ନିଜକୁ ପୂରା ଫିଟ୍ ରଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ।

ଜିମରେ ଏକ୍ସରସାଇଜ୍ କରୁଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ । ଏମକେ ଷ୍ଟାଲିନଙ୍କ ବ୍ୟାୟାମ କରୁଥିବା ସମୟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି, ଜିମ ଭିତରେ କଠିନ୍ ପରିଶ୍ରମ କରୁଛନ୍ତି ଷ୍ଟାଲିନ୍ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍, ନିଜ ସ୍ୱାସ୍ଥ୍ୟକୁ ନେଇ ସବୁବେଳେ ସଚେତନ ରୁହନ୍ତି । ଏପରିକି ପ୍ରତିଦିନ ସେ ବ୍ୟାୟାମ କରିବାକୁ ଭୁଲନ୍ତିନାହିଁ । ସେହିପରି ଖାଦ୍ୟପେୟ ଉପରେ ମଧ୍ୟ ସେ ବେଶ ସଚେତନ ଓ ସଜାଗ ରୁହନ୍ତି । ନିଜକୁ ଫିଟ୍ ରଖିବା ପାଇଁ ପ୍ରତିଦିନ ସେ ଯୋଗ ମଧ୍ୟ କରନ୍ତି । କରୋନା ବିରୋଧୀ ଲଢେଇରେ ବ୍ୟାୟାମ କରିବାର ସବୁଠୁ ଅଧିକ ଆବଶ୍ୟକତା ରହିଛି । ଆଉ ଯେଉଁଥିପାଇଁ ନିଜେ ଫିଟ୍ ରହିଥିବା ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍, ସକାଳୁ କିଛି ସମୟ ପାଇଁ ବ୍ୟାୟାମ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।