କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ମାମଲା ଏବେ ଦ୍ରୁତ ଗତିରେ ମାଡିବାକୁ ଲାଗିଛି । ବିଶେଷକରି ଗତ ଦୁଇ ଦିନ ହେଲା ସଂକ୍ରମଣ ସୀମା ଟପିଛି । ଦକ୍ଷିଣ ଭାରତରେ କରୋନାର ବିସ୍ଫୋଟ ଦେଖିବାକୁ ମିଳିଛି, ତାମିଲନାଡୁ, କେରଳ ଓ କର୍ଣ୍ଣାଟକରେ ରେକର୍ଡସଂଖ୍ୟକ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ଆଉ ଏହାରି ଭିତରେ ତାମିଲନାଡୁ ସରକାର ରବିବାର ରାଜ୍ୟକୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି ।
Tamil Nadu Chief Minister MK Stalin announces that there will be a complete lockdown all over the State on January 23rd (Sunday).#COVID19pic.twitter.com/1P27rj1DGi
— ANI (@ANI) January 21, 2022
ମିଳିଥିବା ସୂଚନା ମୁତାବକ, ଶନିବାର ରାତି ୧୦ଟାରୁ ସୋମବାର ସକାଳ ୫ଟା ଯାଏଁ ଏହି ଲକଡାଉନ୍ ବଳବତ୍ତର ରହିବ । ତେବେ ବଢୁଥିବା ସଂକ୍ରମଣକୁ ଦେଖି ତାମିଲନାଡୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହି ଲକଡାଉନ୍ ସମୟରେ ସ୍କୁଲ, ଅଫିସ, ମଲ ସବୁ ବନ୍ଦ ରହିବ । କେବଳ ଜରୁରୀ ସେବା ଜାରି ରହିବ । ଏହା ପୂର୍ବରୁ ଜାନୁଆରୀ ୯ ତାରିଖରୁ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ମଧ୍ୟ ସେଠାରେ ସମ୍ପୂର୍ଣ୍ଣ ଲକଡାଉନ୍ ଲଗାଯାଇଥିଲା । ହେଲେ ଏବେ ବି ସେଠାରେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇପାରିନାହିଁ । ତେଣୁ ଏହାକୁ ଆଖି ଆଗରେ ରଖି ତାମିଲନାଡୁ ସରକାର ରବିବାର ସେଠାରେ ସମ୍ପୂର୍ଣ୍ଣ ଲକଡାଉନ୍ ଲଗେଇବାକୁ ଘୋଷଣା କରିଛନ୍ତି ।
ତାମିଲନାଡୁର କରୋନା ସଂକ୍ରମଣ କଥା ଦେଖିବାକୁ ଗଲେ, ଗତ ୨୪ ଘଣ୍ଟା ଭିତରେ ସେଠାରେ ୨୮,୫୬୧ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୩୦,୪୨,୭୯୬କୁ ବୃଦ୍ଧି ପାଇଛି । ସେହିପରି କେରଳରେ ମଧ୍ୟ ସଂକ୍ରମଣ ସୀମା ଟପିଛି । ଗୋଟିଏ ଦିନରେ ସେଠାରୁ ୪୧ ହଜାରରୁ ଅଧିକ କେସ୍ ସାମ୍ନାକୁ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/01/TamilNadu_Lockdown_PTI_3062021_1200.jpg)