କନକ ବ୍ୟୁରୋ: ମୁହାଁମୁହିଁ ଧକ୍କା ହେଲା ଦୁଇଟି ବସ୍ । ଦୁର୍ଘଟଣାରେ ୭୦ରୁ ଅଧିକ ଲୋକ ଆହତ । ତାମିଲନାଡୁର କୁଡ୍ଡାଲୋର ଜିଲ୍ଲାର ମେଲପଟ୍ଟମପକ୍କମରେ ଦୁଇଠି ଘରୋଇ ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଯାହା ଫଳରେ ଏହି ଦୁର୍ଘଟଣାରେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ  ଆହତଙ୍କୁ ଏବେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଏବଂ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ସ୍ଥିତିକୁ ଯାଞ୍ଚ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ, ଏହି ଦୁର୍ଘଟଣାରେ ଦୁଇ ଜଣ ଲୋକ ଆଖି ବୁଜିଛନ୍ତି ।

Advertisment

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ବସର ଆଗ ପଟ ଅଂଶ ଚୁନା ହେଇଯାଇଛି । ଦୁଇଟି ଯାକ ବସର ଆଗ ପଟ ଅଂଶ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଦୁର୍ଘଟଣାର ସାଙ୍ଗେ ସାଙ୍ଗେ ସେଠି ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆଉ ଏବେ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।

ପୋଲିସ ଏବେ ଦୁର୍ଘଟଣାର କାରଣ ଖୋଜିବା ଆରମ୍ଭ କରିଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ପୋଲିସର କହିବା କଥା – ଗୋଟିଏ ବସର ଟାୟାର ଫାଟିଯାଇଥିଲା । ଯାହା ଫଳରେ ଡ୍ରାଇଭର ଜଣକ ନିଜ ନିୟନ୍ତ୍ରଣ ହରାଇ ବସିଥିଲେ । ଏହାଫଳରେ ଦୁଇଟି ଯାକ ବସ୍ ମୁହାଁମୁହିଁ ଧକ୍କା ହେଇଥିଲା ।