ତାମିଲନାଡୁ ବିଜେପି ମୁଖ୍ୟଙ୍କ ରାଜନୀତିରୁ ସାମୟିକ ଅବ୍ୟାହତି: ଫେଲୋସିପ ପାଇଁ ୩ ମାସ ପାଇଁ ଅକ୍ସପୋର୍ଡରେ ପଢ଼ିବାକୁ ଯିବେ କେ ଅନ୍ନାମଲାଇ

352

କନକ ବ୍ୟୁରୋ: ଛୁଟିରେ ଯିବେ କେ ଆନ୍ନାମଲାଇ। ତାମିଲନାଡୁ ବିଜେପି ସଭାପତି କେ ଅନ୍ନାମଲ୍ଲାଇ ରାଜନୀତିରୁ ସାମୟିକ ଅବ୍ୟାହତି ନେଇଛନ୍ତି। ଦ ଚେଭେନିଂ ଗୁରୁକୁଳ ଫେଲୋସିପ୍ ଫର ଲିଡରସିପ୍ ଆଣ୍ଡ ଏକ୍ସଲେନ୍ସ’ ନାମକ ଏକ ଫେଲୋସିପ ପ୍ରୋଗ୍ରାମରେ ଭାଗ ନେବା ପାଇଁ ବିଦେଶ ଯିବାର କାର୍ୟ୍ୟକ୍ରମ ରହିଛି। ଅନ୍ନାମଲଲା ୩ ମାସ ପାଇଁ ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟି ଯିବେ। ଏଥିପାଇଁ ବିଜେପିର ଶୀର୍ଷ ନେତୃତ୍ବଙ୍କ ପକ୍ଷରୁ ଅନୁମତି ମଧ୍ୟ ମିଳିସାରିଛି। ଅନ୍ନାମଲ୍ଲାଇଙ୍କ ନେତୃତ୍ବରେ ଏଥର ବିଜେପି ତାମିଲନାଡୁରେ ଜୋରଦାର ପ୍ରଚାର କରିଥିଲା। ଯଦିଓ କୌଣସି ସିଟ୍ ହାତେଇବାରେ ଦଳ ସଫଳ ହୋଇ ନାହିଁ, ହେଲେ ବିଜେପିର ଭୋଟ୍ ସେୟାର ଆଖିଦୃଶିଆ ଭାବେ ବଢ଼ିଛି। ତେବେ ଫଳାଫଳ ଆସିବା ପରେ ଏକ ଭିଡିଓ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା। ତାମିଲନାଡୁ ବିଜେପିର ପୂର୍ବତନ ସଭାପତି ତାମିଲସାଇ ସୌନ୍ଦର୍ୟ୍ୟରାଜନ ଓ ଅନ୍ନାମଲାଇଙ୍କ ମଧ୍ୟରେ ବିବାଦ ଚାଲିଥିବା ଚର୍ଚ୍ଚା ହେଉଛି।