ତାମିଲନାଡୁରେ ଚଳିତମାସ ୧୬ତାରଖରୁ ଖୋଲିବ ସ୍କୁଲ ଓ କଲେଜ : ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କ ଅନୁମତି ; ନିର୍ଦ୍ଦିଷ୍ଟ ଗାଇଡଲାଇନ ମାନି ଖୋଲିବ ସ୍କୁଲ ଓ କଲେଜ

Advertisment
ତାମିଲନାଡୁରେ ଚଳିତମାସ ୧୬ତାରଖରୁ ଖୋଲିବ ସ୍କୁଲ ଓ କଲେଜ

କନକ ବ୍ୟୁରୋ : ତାମିଲନାଡୁରେ ଚଳିତମାସ ୧୬ ତାରିଖରୁ ଖୋଲିବ ସ୍କୁଲ, କଲେଜ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ଏ ନେଇ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ତେବେ ଏଥିପାଇଁ ଏସଓପି ଜାରି କରିଛନ୍ତି ସରକାର ।

ନିର୍ଦ୍ଦିଷ୍ଟ ଗାଇଡଲାଇନ ମାନି ସ୍କୁଲ ଓ କଲେଜ ଖୋଲାଯିବାକୁ ଅନୁମତି ଦିଆଯାଇଛି । ସେହିଭଳି ଚଳିତମାସ ୧୦ ତାରିଖରୁ ଥିଏଟର ଓ ସିନେମାହଲ ଖୋଲିବାକୁ ବି ଅନୁମତି ମିଳିଛି । ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବାଳୀ ଜାରି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe