ପୁଣି ଚର୍ଚ୍ଚାରେ ତାମିଲନାଡୁ ସରକାର , ବୃତ୍ତିଗତ ଶିକ୍ଷାରେ ସରକାରୀ ସ୍କୁଲ ପିଲାଙ୍କୁ ୭.୫ ପ୍ରତିଶତ ସଂରକ୍ଷଣ ଦେବାକୁ ବିଧାନସଭାରେ ପ୍ରସ୍ତାବ

110

କନକ ବ୍ୟୁରୋ : ଦେଶର ଜାତିଭିତିକ ଜନଗଣନା ନେଇ ରାଜନୀତି ଜୋର ଧରିଛି । ୧୦ ରାଜନୈତିକ ଦଳର ନେତା ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏନେଇ ଆଲୋଚନା କରିଛନ୍ତି । ଏହାରି ଭିତରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରାଜ୍ୟର ସରକାରୀ ସ୍କୁଲର ପିଲାମାନଙ୍କୁ ବୃତ୍ତିଗତ ଶିକ୍ଷାରେ ସଂରକ୍ଷଣ ଦେବାକୁ ବିଧାନସଭାରେ ଏକ ବିଲ ଉପସ୍ଥାପନ କରିଛନ୍ତି । ସେଥିରେ କୁହାଯାଇଛି କି ରାଜ୍ୟର ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ ବୃତ୍ତିଗତ ପାଠ୍ୟକ୍ରମରେ ୭.୫ ପ୍ରତିଶତ ସଂରକ୍ଷଣ ଦିଆଯିବା ଆବଶ୍ୟକ । ଏହି ବିଧେୟକ ଆଜି ଉପସ୍ଥାପିତ ହୋଇଛି ।

କହିରଖୁ କି ଏହା ପୂର୍ବରୁ ମାଡ୍ରାସ ହାଇକୋର୍ଟ ତାମିଲନାଡୁରେ ଚିକିତ୍ସା ଓ ଦନ୍ତ ଚିକିତ୍ସା ପାଠ୍ୟକ୍ରମରେ ୧୦ ପ୍ରତିଶତ ସଂରକ୍ଷଣ ସ୍ଥାନାନ୍ତର କରିବାକୁ ହୋଇଥିବା ଆବେଦନକୁ ଅନୁମତି ଦେଇ ନଥିଲେ । ଏହି ପରିପେକ୍ଷୀରେ ଷ୍ଟାଲିନଙ୍କ ଦଳ ଡିଏମକେ ଦ୍ବାରା ଏକ ଆବେଦନ କରାଯାଇଥିଲା ।