ରିଲିଜର 18 ଦିନପରେ 600କୋଟି କ୍ଲବରେ ‘ଜେଲର'

ରିଲିଜର 18 ଦିନପରେ 600କୋଟି କ୍ଲବରେ ‘ଜେଲର'

ରଜନୀକାନ୍ତଙ୍କ ଫିଲ୍ମ 'ଜେଲର' ରିଲିଜ୍ ହେବାର ମାତ୍ର 18 ଦିନରେ ବିଶ୍ୱବ୍ୟାପୀ 600 କୋଟି କ୍ଲବରେ ସାମିଲ ହେଇପାରିଛି ।  ଏହି ଫିଲ୍ମ 10 ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​।  ବଜାର ବିଶ୍ଳେଷକ ମନୋବାଲା ବିଜୟବାଲାନଙ୍କ ଅନୁଯାୟୀ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ପ୍ରାୟ 607.29 କୋଟି ଟଙ୍କା ଆୟ କରିଛି।ଅନ୍ୟପକ୍ଷରେ sacnilk.com ଅନୁଯାୟୀ ଏହି ଚଳଚ୍ଚିତ୍ର ଆମ ଦେଶର ସମସ୍ତ ଭାଷାରେ ପ୍ରାୟ 361.55 କୋଟି ଟଙ୍କା ସଂଗ୍ରହ କରିଛି। ଏହି ଚଳଚ୍ଚିତ୍ର ବିଦେଶ ବଜାରରେ ପ୍ରାୟ 185 କୋଟିର ରୋଜଗାର କରିଛି । ମୁକ୍ତିଲାଭ ପରେ ତୃତୀୟ ରବିବାର ଦିନ ଜେଲର ଦେଶରେ ପ୍ରାୟ 7.5 କୋଟି ରୋଜଗାର କରିଛି । ଯେତେବେଳେ କି ତୃତୀୟ ରବିବାର ଦିନ 'ଜେଲର' ସାରାବିଶ୍ୱରେ 10.25 କୋଟି ରୋଜଗାର କରିଥିଲା । ରବିବାର ଦିନ ଏହି ଫିଲ୍ମ ବ୍ୟବସାୟରେ 6.68% ଅଭିବୃଦ୍ଧି ଘଟିଛି। sacnilk.comର ରିପୋର୍ଟ ଅନୁଯାୟୀ ସୋମବାର ଦିନ ଏହି ଫିଲ୍ମ ପ୍ରାୟ 2.5 କୋଟି ଟଙ୍କା ଅଧିକ ରୋଜଗାର କରିପାରିବ ।

'ଜେଲର'  ଦ୍ୱିତୀୟ ବୃହତ୍ତମ ତାମିଲ ଚଳଚ୍ଚିତ୍ର

ବିଶ୍ଳେଷକ ମନୋବାଲା ବିଜୟବାଲାନଙ୍କ ଅନୁଯାୟୀ ଦେଶର ଅଧିକାଂଶ ଫିଲ୍ମ ସୋ ରବିବାର ଦିନ ହାଉସଫୁଲ ଥିଲା। ଏହି କାରଣରୁ ଫିଲ୍ମଟି ମାତ୍ର 18  ଦିନରେ 600 କୋଟି କ୍ଲବରେ ପ୍ରବେଶ କରିଥିଲା । 600 କୋଟି କ୍ଲବରେ ପ୍ରବେଶ କରିଥିବା 'ଜେଲର' ହେଉଛି ଦ୍ୱିତୀୟ ତାମିଲ ଚଳଚ୍ଚିତ୍ର ।  ନିର୍ଦ୍ଦେଶକ ଏସ ଶଙ୍କରଙ୍କ ବିଜ୍ଞାନ-କଳ୍ପନା ଚଳଚ୍ଚିତ୍ର ‘2.0’ ବିଶ୍ୱ ବକ୍ସ ଅଫିସରେ 723.30 କୋଟି ଆୟ କରି ପ୍ରଥମ ସ୍ଥାନରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe