କନକ ବ୍ୟୁରୋ: ତେଲ ଦର ପରେ ଏବେ ବଢିଲା ଟମାଟୋ ଦର । ଅତ୍ୟାବଶ୍ୟକ ସାମଗ୍ରୀର ଦର ହୁ ହୁ ବଢୁଥିବାବେଳେ ଟମାଟୋ ଦର ଏହି ଦୁଇ ତିନି ଦିନ ମଧ୍ୟରେ କିଛି ସ୍ଥାନରେ ଆକାଶଛୁଆଁ ହୋଇଛି । ଭୁବନେଶ୍ୱର ଓ କଟକରେ ଟମାଟୋ ଦର ୭୦ରୁ ୮୦ଟଙ୍କା ହୋଇଛି । ଆଉ ଟମାଟୋର ଦର ବଢିବା ଖାଉଟିଙ୍କୁ ବାଧିଛି । ଅଧିକାଂଶ ଖାଦ୍ୟରେ ଟମାଟୋ ବ୍ୟବହାର ହେଉଥିବାରୁ ଟମାଟୋର ଦର ଖାଉଟିଙ୍କୁ ବାଧିଛି ।
ଅନ୍ୟପକ୍ଷେ ଗତ ୪-୫ ଦିନ ତଳେ ଟମାଟୋ ଦର ୩୦ ଟଙ୍କା ଥିଲା । କିନ୍ତୁ ଗତ ଦୁଇଦିନ ମଧ୍ୟରେ ଏହି ଦକ କଟକ-ଭୁବନେଶ୍ୱରରେ ୭୦ରୁ ୮୦ ଟଙ୍କା ରହିଛି । ଯାଜପୁର, ଜୟପୁର, କେନ୍ଦ୍ରାପଡା ଭଳି ସ୍ଥାନରେ ଦର ୬୦ ଟଙ୍କା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/12-4.jpg)