ବହୁ ଚର୍ଚ୍ଚିତ ଆରୁଷି-ହେମରାଜ ହତ୍ୟାକାଣ୍ଡ ମାମଲା : ଝିଅ ଆରୁଷିର ଆତ୍ମା ଅପବାଦରୁ ମୁକ୍ତ ହେବା ଚାହାନ୍ତି ତଲଓ୍ଵାର ଦମ୍ପତି

Advertisment
ବହୁ ଚର୍ଚ୍ଚିତ ଆରୁଷି-ହେମରାଜ ହତ୍ୟାକାଣ୍ଡ ମାମଲା : ଝିଅ ଆରୁଷିର ଆତ୍ମା ଅପବାଦରୁ ମୁକ୍ତ ହେବା ଚାହାନ୍ତି ତଲଓ୍ଵାର ଦମ୍ପତି

SOURCE-http://www.consumerinfoline.com

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଆରୁଷି-ହେମରାଜ ହତ୍ୟାକାଣ୍ଡ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଦ୍ୱାରା ଦୋଷମୁକ୍ତ ହୋଇଥିବା ଆରୁଷିଙ୍କ ପିତା ରାଜେଶ ତଲଓ୍ଵାର ଓ ମା’ ନୂପୁର ତଲଓ୍ଵାର ଗାଜିଆବାଦ ଜିଲ୍ଲାର ଦାସନା ଜେଲରୁ ଖଲାସ ହେବା ପରେ ଏବେ ସାଧାରଣ ଜୀବନଯାପନ ଆରମ୍ଭ କରିଛନ୍ତି। ତେବେ ନିଜ ଝିଅକୁ ହରାଇବାର ଦୁଃଖ ତଲଓ୍ଵାର ଦମ୍ପତିଙ୍କୁ ଜୀବନ ତମାମ ଆନ୍ଦୋଳିତ କରି ଚାଲିଥିଲେ ହେଁ ଆରୁଷି ମୁଣ୍ଡରେ ବୋଳାଯାଇଥିବା ଅପବାଦର ଛିଟା ଛଡ଼ାଇବା ହିଁ ସେମାନଙ୍କର ଶେଷ ଇଚ୍ଛା ବୋଲି ରାଜେଶଙ୍କ ଭାଇ ଦିନେଶ ତଲଓ୍ଵାର କହିଛନ୍ତି।

ଗଣମାଧ୍ୟମକୁ ଦିନେଶ କହିଛନ୍ତି ଯେ ଏହି ଘଟଣାରେ ଏହି ଡାକ୍ତର ଦମ୍ପତିଙ୍କୁ ଫସାଇ ଦିଆଯିବା ସହ ପରଲୋକଗତ ସେମାନଙ୍କ ଅଲିଅଳି ଝିଅ ମୁଣ୍ଡରେ ମଧ୍ୟ କଳଙ୍କ ବୋଳିଦିଆଯାଇଛି। ତା’ର ଆତ୍ମା ଏପରି ଅପବାଦରୁ ମୁକ୍ତ ହେବା ପାଇଁ ସେମାନେ ଶେଷ ନିଃଶ୍ୱାସ ପର୍ୟ୍ୟନ୍ତ ଉଦ୍ୟମ ଜାରି ରଖିବେ। ଦିନେ ନା ଦିନେ ସତ୍ୟ ପଦାକୁ ଆସିବ ଏବଂ ଚିତ୍ରଣ ହୋଇଥିବା ଚରତ୍ର ସଂହାରରୁ ଆରୁଷିର ନାଁ ହଟିଯିବ ବୋଲି ସେମାନେ ଆଶା ରଖିଛନ୍ତି। ଜେଲ୍‌ରେ ଥିବା ବେଳେ ଏହି ଚିନ୍ତାରେ ହିଁ ସେମାନଙ୍କୁ ପ୍ରତିଦିନ ମରିଗଲା ଭଳି ଲାଗୁଥିଲା। ମାତ୍ର ଜେଲ୍‌ରେ ଥାଇ ଝିଅର ପବିତ୍ରତା ଫେରାଇ ଆଣିବା ପାଇଁ କିଛି କରିପାରୁନଥିଲେ। ଏବେ ଭଗବାନ ସେମାନଙ୍କୁ ମୁକ୍ତ କରି ଏ ଦିଗରେ ଲଢ଼ିବା ପାଇଁ ସୁଯୋଗ ଆଣିଛନ୍ତି ବୋଲି ଦିନେଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe